-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||     

HOME   ଜିଲ୍ଲା

୧୦ ବର୍ଷ ତଳର ନାବାଳିକାବିକ୍ରି  ଓ ନିର୍ଯ୍ଯାତନା ବିରୋଧରେ  ମାମଲା,  ଓଡିଆ  ଝିଅକୁ ମାରୁଆଡି ବୁଢାବର  !  ବିଧାୟକ ଓ ସାଂସଦଙ୍କ ଉପରେ ଛିଟା  ! 

13-Nov-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ଗତକାଲି ବଲାଙ୍ଗୀର ଟାଉନ୍ ଥାନାରେ ସ୍ଥାନୀୟ ବଲାଙ୍ଗୀର ସହରର ଜୁନାଡିହିର ଜଣେ ବିବାହିତା ମହିଳାଙ୍କ ଏତଲାକ୍ରମେ ପୁଲିସ୍ ଉକ୍ତ ମହିଳାଙ୍କ ମାଆ , ଭିଣୋଇ , ଭିଣୋଇର ଭାଇ ଓ ମାଆଙ୍କ ସମେତ କଳାହାଣ୍ଡି ଧର୍ମଗଡର ନିଜସ୍ବାମୀଙ୍କ ବିରୁଦ୍ଧରେ  ମହିଳା ନିର୍ଯାତନା ସହ ବାଳବିବାହ ନିରୋଧ ଆଇନ୍ ଦଫାରେ ମାମଲା ଋଜୁ କରି ତଦନ୍ତ କରୁଥିବା ପ୍ରକାଶ ପାଇଛି । 

ଘଟଣାରୁ ପ୍ରକାଶ ଯେ , ଗତ ୭ । ଜୁନ୍ । ୨୦୧୫ ତାରିଖରେ ହରିଶଙ୍କର ମନ୍ଦିରରେ ଉକ୍ତ ଓଡିଆ ନାବାଳିକା ଯୁବତୀ ମମତା ମଲ୍ଲିକ ( ୧୪ )ଙ୍କୁ ତାଙ୍କର ପରିବାରବର୍ଗ କଳାହାଣ୍ଡିର ଜଣେ ବ୍ୟବସାୟୀ ଅନୁପ ଅଗ୍ରବାଲ ( ୪୦ ) ସହ ବିବାହ କରିଦେଇଥିଲେ ।  ଅନୁପ ତାଙ୍କର ଶଳା ହୋଇଥିବାରୁ ଏହି ବିବାହ ଟିଟିଲାଗଡର ବ୍ୟବସାୟୀ ନବୀନ ଜୈନଙ୍କ ମଧ୍ୟସ୍ଥତାରେ ହୋଇଥିଲା ଓ ସେ କୁଆଡେ ଝିଅକୁ ୮୦ ହଜାର ଟଙ୍କାରେ କିଣିବାକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଦୁଇବର୍ଷ ପରେ ସେମାନଙ୍କର ଗୋଟିଏ ଝିଅ ଜନ୍ମ ହେଲା ପରେ ମମତା ମଲ୍ଲିକ ଓରଫ ପ୍ରିୟା ଅଗ୍ରବାଲ ( ଶାଶୁଘର ଲୋକେ ଦେଇଥିବା ନାଁ' ) ବରାବର ସ୍ବାମୀ ଓ ଶାଶୁଘର ଲୋକଙ୍କ ନିର୍ଯ୍ଯାତନାରେ ଅତିଷ୍ଠ ହୋଇ ବାର ବାର ମାଆଘରକୁ ପଳାଇ ଆସୁଥିଲେ । ସ୍ବାମୀ ଆସି ପୁଣି ତାଙ୍କୁ ଫେରାଇ ନେଉଥିଲେ । 

କିନ୍ତୁ ଗତବର୍ଷ ନଭେମ୍ବର ୧୪ ତାରିଖରେ ମମତା ବଲାଙ୍ଗୀର ଟାଉନ୍ ଥାନାରେ ଏକ ଏତଲା ଦେଇଥିଲେ ଯେ ତାଙ୍କ ସ୍ବାମୀ ତାଙ୍କୁ ବରାବର ମଦପିଇ ମାରଧର କରନ୍ତି , ଝିଅଟିଏ ହେଲାପରେ ଶାଶୁଘର ଲୋକଙ୍କର ତାଙ୍କ ଉପରେ ' କାହିଁକି ଝିଅ ଜନ୍ମ କଲୁ ' ବୋଲି ନିର୍ଯାତନା କରୁଛନ୍ତି  ଇତ୍ୟାଦି ଅଭିଯୋଗ କରିଥିଲେ । ଏପରିକି ଥରେ ସ୍ବାମୀ ତାଙ୍କ ୭ ମାସର କଅଁଳା ଝିଅ ବେକରେ ଛୁରୀ ଲଗାଇ ତାଙ୍କୁ ମାଆଘରୁ ଟଙ୍କା ଆଣିବାକୁ ବାଧ୍ୟ କରିବା , ଥରେ ତାଙ୍କ ବିଷ ପିଆଇ ଦେଇଥିବା , ଯାହା ଫଳରେ ସେ ଭବାନୀପାଟଣା ଡାକ୍ତରଖାନାରେ ପ୍ରାୟ ୧୫ ଦିନ ଖଣ୍ଡେ ଭର୍ତ୍ତିହୋଇ ଚିକିତ୍ସିତା ହୋଇଥିବା ଓ ତାଙ୍କୁ ତାଙ୍କ ଭଣଜା ଓ ଅନ୍ୟମାନଙ୍କ ସହ ଦେହବ୍ଯବସାୟ କରିବାକୁ ବାଧ୍ୟ କରୁଥିବା ଓ ସେ ଏସମ୍ପର୍କରେ ଧର୍ମଗଡ ଥାନା ପୁଲିସ୍ କୁ ଫୋନ୍ ରେ ଜଣାଇବାରୁ ଥାନାରେ ସ୍ବାମୀ ଓ ଦିଅରଙ୍କୁ ନେଇ କିଛି ସମୟ ଅଟକ ରଖି ପୁଲିସ୍ ଛାଡିଦେଇଥିବା ଇତ୍ୟାଦି ଗୁରୁତର ଅଭିଯୋଗ ଆଣିଥିଲେ । ତେବେ ସେତେବେଳେ ବଲାଙ୍ଗୀର ଟାଉନ୍ ଥାନା ପୁଲିସ୍ ଉକ୍ତ ଏତଲାରେ କୌଣସି ମାମଲା ଋଜୁ କରି ନଥିବା ସେ କହିଛନ୍ତି ।   ତେବେ ଗତ ପ୍ରାୟ ଦେଢବର୍ଷ ହେଲା ମମତା ତାଙ୍କ ବାପଘରେ ଏଠାରେ ଝିଅ ସହ ରହୁଥିଲେ ହେଁ , ଶେଷରେ ମାଆଙ୍କ ସହ ତାଙ୍କର ମନୋମାଳିନ୍ୟ ହେବାରୁ ସେ ଜଣେ ପଡୋଶୀ ସାଙ୍ଗର ବିବାହିତା ଭଉଣୀ, ଯିଏ କି ଜଣେ ମୁସଲମାନ ଯୁବକଙ୍କୁ ବିବାହ କରି ଲୋଇସିଂହାରେ ରହନ୍ତି, କିଛିଦିନ ତାଙ୍କ ଘରେ ଆଶ୍ରୟ ନେଇଥିଲେ ଓ ଏବେ ଆସି ସେଇ ପଡୋଶୀ ସାଙ୍ଗଘରେ ରହୁଛନ୍ତି । କିଛିଦିନ ତଳେ ଘରପାଖରେ ଘରଥିବା ମମତାଙ୍କ ଭିଣୋଇ ଚିତ୍ତ ରଞ୍ଜନ ବରାଡ ତାଙ୍କୁ ଭୁବନେଶ୍ବରକୁ କୌଣସି କାମ ପାଇଁ ନେଇଯାଇ ୧୫ ଦିନ ଖଣ୍ଡେ ରଖିଥିଲେ । 

ଗତ ୧୦ ତାରିଖରେ ସେ ପୁଣିଥରେ ବଲାଙ୍ଗୀର ଟାଉନ୍ ଥାନାକୁ ଯାଇ ତାଙ୍କ ମାଆ ଓ ଭିଣୋଇର ମାଆ , ଭିଣୋଇ , ଭିଣୋଇର ଭାଇ ମିଶି ତାଙ୍କୁ ଆଉଥରେ ରାଞ୍ଚିରେ ବିକିଦେବାକୁ ଉଦ୍ୟମ କରୁଥିବା ସହ ତାଙ୍କ ଭିଣୋଇ ତାଙ୍କୁ ଭୁବନେଶ୍ବରକୁ ନେଇଥିବା ବେଳେ ଜଣେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହିତ ରାତ୍ରୀଯାପନ କରିବାକୁ ଚାପ ପକାଥିବା ଓ ଦେହବ୍ଯବସାୟ କରିବାକୁ ବାଧ୍ୟ କରୁଥିବା ଇତ୍ୟାଦି ଅଭିଯୋଗ କରିଥିଲେ । ଆହୁରି ମଧ୍ୟ ତାଙ୍କ ଭିଣୋଇ ତାଙ୍କର ୪ ଲକ୍ଷ ୫୦ ହଜାର ଟଙ୍କା ହଡପ କରି ତାଙ୍କ ବ୍ୟାଙ୍କ୍ ପାସ୍ ବୁକ୍ , ଆଧାରକାର୍ଡ ଆଦି ନେଇ ଦେଉ ନଥିବା ସହ ମୋର ବଡ ବଡ ନେତା ଅଛନ୍ତି । ତୁ ମୋର କିଛି କରି ପାରିବୁନି କହୁଥିବା ସେ ପ୍ରକାଶ କରିଛନ୍ତି । 

କିନ୍ତୁ ପୁଲିସ୍ ପ୍ରଥମେ ତାଙ୍କର ଏହି ଅଭିଯୋଗକୁ ଗ୍ରହଣ କରି ନଥିଲା । କାରଣ ସଂପ୍ରତି ତାଙ୍କ ଅଭିଯୁକ୍ତସ୍ବାମୀ ଅନୁପଙ୍କର ଭିଣୋଇ ଟିଟିଲାଗଡର ଭାଜପା ବିଧାୟକ ଓ ଅଭିଯୁକ୍ତଭିଣୋଇ ଚିତ୍ତ ରଞ୍ଜନ ବରାଡଙ୍କର ଘନିଷ୍ଠବନ୍ଧୁ ବଲାଙ୍ଗୀରର ଦୀନେଶ ଶର୍ମା ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କ ନୋମିନୀ । ହୁଏତ ଏଭଳି ପ୍ରଭାବଶାଳୀ ରାଜନେତାଙ୍କ ବିରୁଦ୍ଧରେ ମାମଲା ଋଜୁ କରିବାକୁ ପୁଲିସ୍ କୁଣ୍ଠାବୋଧ କରିଥିଲା  !  କିନ୍ତୁ ସେ ଥାନା ସମ୍ମୁଖରେ କାନ୍ଦି କାନ୍ଦି ମୋତେ ନ୍ୟାୟ ମିଳୁ , ସରକାରଙ୍କର 'ବେଟି ବଚାଓ' ନାରା ଅନୁଯାୟୀ , ମୁଁ ଓ ମୋ ଝିଅ କ'ଣ ବେଟି ନୋହୁଁ କି ? ' ଇତ୍ୟାଦି କହି ନ୍ୟାୟଭିକ୍ଷା କରୁଥିବା ଓ ଏହାକୁ ଏକ ମିଡିଆ ରେକର୍ଡିଂ କରି ପୋଷ୍ଟ କରିଦେବାରୁ ଘଟଣାଟି ଭାଇରାଲ୍ ହୋଇ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ପରଦିନ ଅର୍ଥାତ୍ ଗତ ୧୧ ତାରିଖରେ ସେ ପୁଣିଥରେ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଶେଷରେ ପୁଲିସ୍ ଏହି ଏତଲାକ୍ରମେ ଏକ ମାମଲା(କେସ୍ ନ୦ ୭୯୪ / ୨୪) ଭାରତୀୟ ଦଣ୍ଡବିଧି ୩୪ର ୪୯୮ ( କ ) , ୩୨୮ / ୩୪୨ / ୫୦୬ ଓ ବାଳବିବାହ ନିରୋଧ ଆଇନ୍ ରେ ଋଜୁ କରି ତଦନ୍ତ କରୁଥିବା ଜଣାଯାଇଛି । ଉକ୍ତଦିନ ସନ୍ଧ୍ୟାରେ ମଧ୍ୟ ପୁଲିସ୍ ଅଭିଯୁକ୍ତଙ୍କ ମଧ୍ୟରୁ କେତେକଙ୍କୁ ଥାନାକୁ ଆଣି ପଚରାଉଚୁରା କରି ଛାଡିଦେଇଥିବା ଜଣାଯାଇଛି । 

ଏହି ମାମଲା କ୍ରମଶଃ ରାଜନୈତିକ ରଙ୍ଗ ଧରୁଥିବାର ଆଭାସ ମିଳୁଛି । ତେବେ ଆଜି ପୁଲିସ୍ ଅଭିଯୋଗକାରିଣୀଙ୍କୁ ଦେଇଥିବା ଏଫ ଆଇ ଆର୍ କପିରୁ ଜଣାଯାଇଛି ଯେ , ପୁଲିସ୍ ଅଭିଯୁକ୍ତଙ୍କ ତାଲିକାରେ  ୬ ଜଣ ୧ - ମଞ୍ଜୁ ମଲ୍ଲିକ (ମାଆ ) , ୨- ତପସ୍ବିନୀ ବରାଡ (ଭିଣୋଇର ମାଆ ), ୩- ଚିତ୍ତ ରଞ୍ଜନ ବରାଡ ( ଭିଣୋଇ ) , ୪- ପିଣ୍ଟୁ ବରାଡ(ଭିଣୋଇର ଭାଇ) , ୫ - ଅନୁପ ଅଗ୍ରବାଲ(ସ୍ବାମୀ)ଙ୍କ ମଧ୍ୟରୁ  ୬- ନମ୍ବରରେ ଥିବା ସାଂସଦଙ୍କ ନୋମିନୀ ଦୀନେଶ ଶର୍ମାଙ୍କ ନାଁ' କାଟି ଦେଇଛି  !  ଏଥିରୁ ପୁଲିସ୍ ଉପରେ କାହାର ଚାପ ପଡିଛି , ସୁସ୍ପଷ୍ଟ । 

ତେବେ ସେ ଯାହାହେଉ , ଅଦ୍ୟାବଧି ଅଭିଯୁକ୍ତ ପକ୍ଷରୁ କେହି ଏହି ଅଭିଯୋଗର ପ୍ରତିବାଦ ପ୍ରକାଶ କରି ନଥିବା ବେଳେ , ଏହି ପୀଡିତାମହିଳାଙ୍କୁ ଉଚିତ୍ ନ୍ୟାୟ ଦେବା ସରକାରଙ୍କ କର୍ତ୍ତବ୍ୟ ବୋଲି ଲୋକେ କହୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026

You Might Also Like