-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-Nov-2024
ତୁରେକେଲା (କୈଳାସ ସଗ୍ରିଆ) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ କମେଇମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କମେଇମୁଣ୍ଡା ଗାଁର ନରୋତ୍ତମ ମାଝି ଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ବ୍ଳକ ନୋମିନି ଭାବେ ନିଯୁକ୍ତି ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ମାନ୍ୟବର ରାଜ୍ୟସଭା ସାଂସଦ ସଦସ୍ୟ ନିରଂଜନ ବିଶି କମେଇମୁଣ୍ଡା ନିବାସୀ ନରୋତ୍ତମ ମାଝୀ ଙ୍କୁ ସାଂସଦଙ୍କ ତୁରେକେଲା ବ୍ଲକ ନୋମିନି ଭାବେ ନିଯୁକ୍ତି କରିଛନ୍ତି। ।ଏନେଇ ତୂରେକେଲା ବ୍ଳକ ର ଉନ୍ନତିମୂଳକ କାର୍ଯ୍ୟ କରିବା ଦିଗରେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସଫଳ ରୂପରେ ତୁଲାଇବି ବୋଲି ଶ୍ରୀ ମାଝି ନିଜ ମତପ୍ରକାଶ କରିଛନ୍ତି। ଶ୍ରୀ ମାଝୀଙ୍କୁ ରାଜ୍ୟସଭା ସାଂସଦଙ୍କ ନୋମିନି ନିଯୁକ୍ତି ମିଳିଥିବାରୁ ତାଙ୍କର ସମର୍ଥକ ମାନଙ୍କ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l