-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2024
କଣ୍ଟାମାଳ((ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ମସିଣାଗୋରା ଠାରେ ଆଞ୍ଚଳିକ କନ୍ଧ ସମାଜ ଉନ୍ନୟନ ପରିଷଦ ଘଣ୍ଟାପଡା ପକ୍ଷରୁ ସଭାପତି ସାମନ୍ତ ମାଝୀଙ୍କ ଆହ୍ୱାନକ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଆଦିମାତା ଆଦିଶକ୍ତିଙ୍କୁ ପୂଜାର୍ଚ୍ଚନା କରାଯାଇ କୁଦୁର୍କା ପ୍ରଗଣା ସଭାପତି ଦେବାଧି ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଲବିଟ ପ୍ରଗଣା ସଭାପତି ବିବତ୍ସ କହଁର, ତୁର୍କା ପ୍ରଗଣା ସଭାପତି ସାମନ୍ତ ମାଝୀ, ଉପସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଧର୍ମୁ କହଁର, ବ୍ଲକ ଆଦିବାସୀ ସଂଘ ଉପସଭାପତି ପିତାମ୍ବର ଭୋଇ, ଆଞ୍ଚଳିକ କନ୍ଧ ସମାଜ ଉନ୍ନୟନ ପରିଷଦ ସମ୍ପାଦକ ବିବଛ ଭୋଇ, କୋଷାଧ୍ୟକ୍ଷ ବଂଶୀଧର ମାଝୀ, ଉପଦେଷ୍ଟା ସୁଶିଲ ଝାଙ୍କର, ଗୋବର୍ଦ୍ଧନ ଭୋଇ ପ୍ରମୁଖ ଯୋଗଦେଇ ସମାଜର ନାରୀ ଶିକ୍ଷା, ରୀତିନୀତି ଓ ସାମାଜିକ ସଂସ୍କାର, ଓ ସରକାରୀ ବିଧି ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା l ଶେଷରେ ସୁଦାମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l କିଶୋର ଭୋଇ, ଲବ ଭୋଇ, ବିଶ୍ଵାମିତ୍ର ଭୋଇ, ଚେରୁ ଭୋଇ, ଘାସିରାମ, ଧୋବା ପ୍ରମୁଖ ସହଯୋଗ କରିଥିଲେ l