-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Nov-2024
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି): ଭାରତ ସରକାରଙ୍କ ଖେଳ ମନ୍ତ୍ରନାଳୟ ଅଧିନସ୍ଥ ୟୁବା ଭାରତ ବୌଦ୍ଧ ଶାଖା ଓ ଜିଲ୍ଲା ମେଡ଼ିକାଲ ବିଭାଗର ସହାୟତାଟରେ ଗତକାଲି DITE ( District Institute of Education & Training) School ଠାରେ ନିଶା ସେବନ ଏବଂ ପଦାର୍ଥର ଅପବ୍ୟବହାର ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ସଭାରେ ଡାଏଟ ର ପ୍ରିନ୍ସିପାଲ ବୃନ୍ଦାବନ ସାହୁ ସଭାପତିତ୍ଵ କରି ସମାଜରେ ଭବିଷ୍ୟତରେ ଗୁରୁଙ୍କ ଭୂମିକା, ନିଶାନିବାରଣ ପାଇଁ କିଭଳି ରହିବା କଥା ତାହା ଆଲୋଚନା କରିଥଲେ l ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମେଡିକାଲ କନସଲଟାନ୍ସି ଆଲୋକ ମିଶ୍ର ଯୋଗ ଦେଇ ପିପିଟି ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଭାବରେ ସଚେତନ କରିଥିଲେ l ସେହିପରି ୟୂବା ଭାରତ ସଂଯୋଜକ ଆଶମାନ ମହାକୁଡ଼ ଉକ୍ତ ସଚେତନତା ସଭାର ଲକ୍ଷ୍ୟ ଅଦେଶ୍ୟ ଉପରେ ମତ ରଖିଥିଲେ ଶେଷରେ ଶିକ୍ଷକ ଶିବାନୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ l