-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଖଲିଆପାଲି ରାଇସ୍ ମିଲ୍ ରେ ଯୋଗାଣ ବିଭାଗର ତନାଘନା :  ଯୋଗାଣ ଅଧିକାରୀ ମୁହଁ ଲୁଚାଇଲେ,  କିଛି ଗଡବଡ ଥିଲା  ?

10-Nov-2024



ବଲାଙ୍ଗୀର/ସୋନପୁର(ମଳୟ ମିଶ୍ରଙ୍କ ରିପୋର୍ଟ):   ଚଳିତ ଖରିଫଋତୁରେ ଧାନକିଣା ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ସକ୍ରିୟତା ସହ କ୍ଷମତାସୀନ ଦଳର ଦଳୀୟ ପାଣ୍ଠି ଅସୁଲି (?) ଓ ନୂତନ ସରକାରଙ୍କ ଧାର୍ଯ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ଅନ୍ତର୍ଗତ ଖଲିଆପାଲିର ଏକ ରାଇସ୍ ମିଲ୍ ରେ ୯ ତାରିଖରେ ଯୋଗାଣ ବିଭାଗ ତରଫରୁ ଯାଞ୍ଚ କରାଯାଉଥିଲା । ତେବେ ଆସନ୍ନସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ୍ ର ଅତିରିକ୍ତ ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ  ଆସି ପହଞ୍ଚିଥିଲେ । ସେତେବେଳେ କେତେକ ବରିଷ୍ଠ ସାମ୍ବାଦିକ ସେଠାରେ ଦୈବାତ୍ ପହଞ୍ଚିଯିବାରୁ ମିଲ୍ ମାଲିକ ଗେଟ୍ ବାହାରକୁ ବାହାରିଆସି  ଅନୁନୟ ବିନୟ ହୋଇ ସେମାନଙ୍କୁ ଭିତରକୁ ଛାଡି ନ ଥିଲେ ।   ସେହିପରି ଯୋଗାଣ ଅଧିକାରୀମାନେ ମୁହଁ ଲୁଚାଇ ମିଲ୍ ଭିତରକୁ ପଶିଯାଇଥିଲେ । କିଛି ଗଡବଡ ଥିଲା ? 

ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ଯେ , ବର୍ଷ ତମାମ୍ ଏହି ମିଲ୍ ର ଟାର୍ଗେଟ୍ ଓ ଷ୍ଟକ୍ ଆଦି ସହିତ ମିଲିଂରେ ବହୁତ ଅନିୟମିତତା ରହିଆସୁଛି । ଏପରିକି ଏହି ମିଲ୍ ଟି  ବଲାଙ୍ଗୀର- ସମ୍ବଲପୁର ମୁଖ୍ୟସଡକରୁ ବୁର୍ଡା ରାସ୍ତାଦେଇ ଅର୍ଜୁନପୁର - ସୋନପୁରକୁ ଭିତରିଆ ରାସ୍ତା ହୋଇଥିବାରୁ ଏହି ମିଲ୍ ଓ ଏହି ରାସ୍ତାରେ ପଡୁଥିବା ବଲାଙ୍ଗୀର ଜିଲ୍ଲାର ଅନ୍ୟାନ୍ୟ ମିଲ୍ ଗୁଡିକ ପ୍ରକୃତରେ ଧାନ କିଣି ମିଲିଂ କରି ଚାଉଳ ପ୍ରସ୍ତୁତ ନ କରି ବିଭିନ୍ନ ସରକାରୀ ଯୋଜନାର ଚାଉଳ ଚୋରାରେ କିଣି କଷ୍ଟମ୍ ମିଲିଂ ବୋଲି ଦର୍ଶାଇ ଆସୁଥିବା ଅଭିଯୋଗ କରାଯାଉଛି ।  ଏହି ଅର୍ଜୁନପୁର- ବୁର୍ଡା ଚୋରାଚାଲାଣ ରାସ୍ତାର ପାର୍ଶ୍ବବର୍ତ୍ତୀ ମିଲ୍ ଗୁଡିକରେ ଅଭିଯୋଗ ହେଉଥିବା ଏଭଳି ସନ୍ଦେହଜନକ ଅନିୟମିତତା ବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ।  ବଲାଙ୍ଗୀର ବା ସୁବର୍ଣ୍ଣପୁରର ଯୋଗାଣ ବିଭାଗ- ମିଲର୍ସ - ବେପାରୀ ଓ କଳାବଜାରୀଙ୍କର ମିଳିତ ମଧୁଚନ୍ଦ୍ରିକାରେ ବର୍ଷ ବର୍ଷ ଧରି ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିବା ଜଣାପଡିଛି ।  ଉକ୍ତ ମିଲ୍ ଗୁଡିକର ବିଦ୍ୟୁତ୍ ବିଲ୍ , ମିଲିଂ କାପାସିଟି ସହିତ ବଏଲିଂ ରିପୋର୍ଟ ଇତ୍ୟାଦିର ସମୟ ସମୟରେ ଅଚାନକ ଚଢାଉ କରି ତଦନ୍ତ କରାଗଲେ , ଏହା ଧରାପଡିବ ବୋଲି ଚର୍ଚ୍ଚା ହେଉଛି । 

ଉଲ୍ଲେଖନୀୟ ଯେ , ସୁବର୍ଣ୍ଣପୁର ଜିଲ୍ଲାର କେତେକ ରାଇସ୍ ମିଲ୍ ଉପରେ ସାଂସଦ ସଙ୍ଗୀତା ସିଂଦେଓ , ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ସଦଳବଳେ ଯାଇ କିଛିଦିନତଳେ ସନ୍ଧ୍ୟାରେ ଚଢାଉ କରି ସିଲ୍ କରିଦେଇଥିଲେ ଓ ଦିନକ ପରେ ତଦନ୍ତ କମିଟି ଗଠନ କରି ଷ୍ଟକ୍ ଯାଞ୍ଚ ଠିକ୍ ଠାକ୍ ବାହାରିଥିବା ଦର୍ଶାଇ ସିଲ୍ ଖୋଲାଯାଇଥିବା ଘଟଣାର ଚର୍ଚ୍ଚା ହୋଇଥିଲା । ଏଥିରେ ଅନ୍ୟ ରାଇସ୍ ମିଲ୍ ଗୁଡିକ ମଧ୍ୟରେ ଛନକା ପଶି ଯାଇଥିଲା । ଏହା ସହିତ ରାଇସ୍ ମିଲ୍ ଗୁଡିକରୁ ବିଜେପି ଦଳର ନେତାନେତ୍ରୀମାନେ ୫ ରୁ ୭ ଲକ୍ଷ ଟଙ୍କା ଚାନ୍ଦା ନେଉଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପ୍ରେସ୍ ବିବୃତି ପରେ ବିଜେପି ଦଳ ବା ସାଂସଦଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ପ୍ରକାଶ ପାଇନାହିଁ । ତେବେ ଏହାପରେ ମିଲର୍ସ , ଯୋଗାଣ ବିଭାଗ ଓ ସରକାରଙ୍କ ଭିତରେ ଛାନିଆ ପଶିଯାଇଛି । ଏଣୁ ଯୋଗାଣବିଭାଗ ପକ୍ଷରୁ ଲୁଚାଣିଆ ଭାବରେ ଉପରୋକ୍ତ ମିଲ୍ ଗୁଡିକର ଷ୍ଟକ୍ ଓ ଅନ୍ୟାନ୍ୟ ଅନିୟମିତତାକୁ ସଜଡା ଯାଉଥିବା କୁହାଯାଉଛି । 

ସେ ଯାହାହେଉ ,ଏଭଳି ରାଇସ୍ ମିଲ୍ ଗୁଡିକ ଚଳିତ ଖରିଫ ଋତୁରେ ୩୧୦୦ ଟଙ୍କା ଧାନ କୁଇଣ୍ଟାଲ ପ୍ରତି କିଣିବାର ବ୍ୟବସ୍ଥା ସଠିକ୍ ଭାବରେ ଚାଲି ଚାଷୀଙ୍କୁ ଉପଯୁକ୍ତ ପାଉଣା ମିଳିବା ପ୍ରତି ସରକାରଙ୍କ ଆଭିମୁଖ୍ଯକୁ ଯୋଗାଣ ବିଭାଗ କିପରି ତୁଲାଉଛି , ଦେଖିବାକୁ ବାକି ରହିଲା  ! 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like