-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Nov-2024
ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗିର ସହର ସ୍ଥିତ ଜିଲ୍ଲା ସମ୍ବାଦିକ ଭବନ ଠାରେ ଓଡ଼ିଶା ସାମ୍ବାଦିକ ସଂଘର(ଓୟୁଜେ) ବଲାଙ୍ଗିର ଶାଖାର ସାଧରଣ ପରିଷଦ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦୁଇ ବର୍ଷ ପାଇଁ ପୁଣିଥରେ ସଭାପତି ଭାବରେ ପ୍ରଦୀପ୍ତ କୁମାର ମିଶ୍ର(ବଦ୍ରି), ସାଧରଣ ସମ୍ପାଦକ ଭାବରେ ଅଭୟ ତ୍ରୀପାଠୀ ନିର୍ବାଚିତ ହୋଇଛନ୍ତି । କୋଷାଧ୍ୟକ୍ଷ ବାବରେ ଅନ୍ତର୍ଯ୍ୟାମୀ ପସାୟତ ଓ ଟ୍ରିବୁନାଲ ଅଧ୍ୟକ୍ଷ ଭାବରେ ଅନୀଲ ତ୍ରିପାଠୀ ମନୋନୀତ ହୋଇଛନ୍ତି । ଆଜିର ଏହି ସାଧାରଣ ପରିଷଦ ବୈଠକରେ ନିର୍ବାଚନ ଅଧିକାରୀ ଭାବରେ ଦୀପକ ସମାଦ୍ଦାର ଓ ଶ୍ରୀବତ୍ସ ବେହେରା ଦାୟିତ୍ଵ ତୁଲାଇଥିଲେ । ସେହିପରି ପରେ ସାଧାରଣ ସଭାରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଓୟୁଜେ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, ସାଂଗଠାନିକ ସମ୍ପାଦକ ରିତୁରାଜ ସିଂହ ଯୋଗ ଦେଇଥିଲେ । ଆଜିର ଏହି ସାଧାରଣ ପରିଷଦ ବୈଠକ ଓ ନିର୍ବଚନୀ ସଭାରେ ବରିଷ୍ଠ ସଦସ୍ୟ ଦୟାନିଧି ସାହୁ,
ନବୀନ ପଶାୟତ, ଲକ୍ଷ୍ମୀକାନ୍ତ ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ଅଞ୍ଜନ ପଧାନ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ଅଶୋକ ତ୍ରୀପାଠୀ, ମାନସ ମହାନ୍ତି, ସନ୍ତୋଷ ନାୟକ,ତରୁନ ବେହେରା, ଉମାକାନ୍ତ ପଧାନ, ସରୋଜ କୁମାର ମିଶ୍ର, କପିଲ ସୁନା,ବଂଶୀଧର ସେଠ,ସୁବୋଧ ମେହେର,ବିଭୁ କଲ୍ୟାଣ ଗଡତିଆ, ମୁକେଶ ବହିଦାର, ଭଗବାନ ମହାନ୍ତି, ରଞ୍ଜିତ ବେହରା, ଆକୁଳ ବେହେରା, ଦିଲିପ ମେହେର, ଲଲିତ କୁମାର ମିଶ୍ର,ସତ୍ୟପ୍ରିୟ ମିଶ୍ର,ବାରଣ ଭୁୟାଁ,ମାନସ ନନ୍ଦ, ବିରେନ ନାଗ, ତରୁଣ କୁମାର ସାହୁ, ତାପସ ବେହେରା,ସଞ୍ଜୟ ବେହେରା, ସନତ ପାଢୀ,ମୁନା ଗୌଡ,ନରେଶ କୁମାର ସାହୁ, ଗୁପ୍ତେଶ୍ୱର ପୃଷ୍ଠିଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।