-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Nov-2024
କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ ନିକଟରେ ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ ଲକ୍ଷ୍ମୀବସ୍ ଓ ଟ୍ରାକ୍ଟର ଦୁର୍ଘଟଣା ଘଟିଥିଲା।ସର୍ଗିଗୁଡ଼ା ପଟରୁ ଖୁଣ୍ଟିଆ ଗ୍ରାମ ଦେଇ ଆସୁଥିବା ଲକ୍ଷ୍ମୀ ବସ୍ କୁ ମିର୍ଜାପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ସାଇଡ ଦେବା ବେଳେ ବସ୍ ର ଗୋଟିଏ ପାର୍ଶ୍ୱରେ ପିଟି ହୋଇ ପାଖ ଜମିରେ ଓଲଟି ପଡିଥିଲା। ଟ୍ରାକ୍ଟର ଚାଳକ ଅଳ୍ପକେ ବିପଦରୁ ରକ୍ଷା ପାଇ କୌଣସି କ୍ଷତି ହୋଇ ନ ଥିବା ବେଳେ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ଯ କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଟ୍ରାକ୍ଟର ଡ଼୍ରାଇଭର ଖଗେଶ୍ୱର ନାଗ (୩୦) ହୋଇଥିବା ବେଳେ ଟ୍ରାକ୍ଟର ଟି ମିର୍ଜାପୁର ଗ୍ରାମର ଗଣେଶ ରଣାଙ୍କ ବୋଲି ଜଣା ପଡିଛି।