-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
09-Nov-2024
ତୁଷୁରା(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲାର ଗୁଡଭେଲାବ୍ଲକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ପରିସରରେ ଶୁକ୍ରବାର ଗୁଡଭେଲାବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ଓ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିଲେ। କୃତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସୋନପୁର ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ତରୁଣ ମିଶ୍ର ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ଥିବା ବେଳେ ଗୁଡଭେଲାବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତିସଭ୍ଯ ଅଶୋକ ଚନ୍ଦ୍ର ଦୋରା, ସରପଞ୍ଚ ଭାବସିଂ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଭାନୁମତୀ ଛତ୍ରିଆ ବିଜ୍ଞାନ ମେଳାର ଅବାହକ ଭାବେ କାର୍ଯ୍ୟ ତୁଳାଇ ଥିବା ବେଳେ ବିଜ୍ଞାନ ଶିକ୍ଷକ ସୁବ୍ରତ ସାହୁ ବିଜ୍ଞାନ ମେଳା ସଂଯୋଜକ ଭାବେ କାର୍ଯ୍ୟ ତୁଳାଇ ଥିଲେ। ୧୨୨ଟି ବିଦ୍ୟାଳୟର ୫୪ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଶିକ୍ଷକ ଯୁଗଳ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।