-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
09-Nov-2024
ପାଟଣାଗଡ଼(ପୂର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗୀର ପାଟଣାଗଡ଼ ବ୍ଳକ ମନାଇପାଦ ଆଦିବାସୀ ହାଇସ୍କୁଲ ଠାରେ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନି ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ବିଡ଼ିଓ ସୁମନ୍ତ ମିଞ୍ଜ ମୁଖ୍ୟ ଅତିଥି , ମୂଖ୍ୟ ବକ୍ତା ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ ମୁଣ୍ଡୋମହୁଲ ସରପଞ୍ଚ ସୁଦର୍ଶନ ମହାନନ୍ଦ,ଓଷ୍ଠା ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମଟିକୁ
ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ଆବାହକ ଶ୍ୟାମ ସୁନ୍ଦର ବିଶ୍ଵାଳ, ସାଂଗଠନିକ ସଂପାଦକ ଗରୁଡ କୁମାର ସାମଲ, ସଂଯୋଜକ ଓମକାର ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଧାରଣିୟ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଉପରେ ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବରେ ତାଙ୍କର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରି ବାଲ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ରେ ୨ ଶହ ବିଦ୍ୟାଳୟରୁ ମୋଟ ୧୯୦ ଜଣ ଛାତ୍ରଛାତ୍ରୀ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିବା ରେ ପ୍ରତିଯୋଗିତାରେ ଉତ୍ସାହର ସହିତ ଭାଗ ନେଇଥିବା ବେଳେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ କୃତିତ୍ଵଅର୍ଜନ କରିଥିବା କୃତି କୁନୀ ବୈଜ୍ଞାନିକ ଓ ପ୍ରତିଯୋଗୀଙ୍କୁ ମାନଙ୍କୁ
ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷକ ରାମଚନ୍ଦ୍ର ଧରୁଆ ପରିଚାଳନା କରିଥିବା ବେଳେ ଆଦିବାସୀ ଉଚ୍ଚ ବିଦ୍ୟାଳୟର ସହ ଶିକ୍ଷକ ଓଁଙ୍କାର ରଞ୍ଜନ ମିଶ୍ର, ଭେଙ୍କଟ୍ଟେଶ୍ଵର ଦାସ , ମନୋଜ ମେହେର,ଅସ୍ମିନ କୁମାର ସାହୁ,ଡୁଲାମଣି ସାହୁ, ପ୍ରଦୀପ କୁମାର ଦତ୍ତ , ମନ୍ମଥ ପଟେଲ, ବିନୋଦ କୁମାର ମହାନ୍ତି, କାର୍ତ୍ତିକ ମାଝୀ, ପ୍ରଦୀପ ଭୋଇ , ସ୍କୁଲ ପରିଚାଳନା କମିଟି ସଭାପତି ପଙ୍କଜ ଭୋଇ ,ଶିକ୍ଷକ, ଶିକ୍ଷୟିତ୍ରୀ ,ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।