-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2024
ବଲାଙ୍ଗୀର(ପ୍ରେରଣା ଖବର): ସଇଁତଲା ବ୍ଲକର ସଇଁତଲା ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲା ସଂଘ ସଭାପତି ବିଦୁର କୁମ୍ଭାରଙ୍କ ସଭାପତିତ୍ୱରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ଝାଡୁଦାରମାନଙ୍କୁ ନେଇ ବ୍ଲକ ସ୍ତରୀୟ ସଂଘ ଗଠନ କରାଯାଇଛି l ଏହି ବୈଠକରେ ବ୍ଲକର ସମସ୍ତ ୨୨ ଟି ପଞ୍ଚାୟତରୁ ରାତ୍ର ଜଗୁଆଳି ଓ ଝାଡୁଦାରମାନେ ଯୋଗ ଦେଇଥିଲେ l ସଭାପତି ଭାବେ ମହେନ୍ଦ୍ର ବଗର୍ତ୍ତୀ, ସମ୍ପାଦକ ଖେଡୁ ରଣା ଓ କୋଷାଧ୍ୟକ୍ଷ ଭାବେ ଧନଞ୍ଜୟ ଭୋଇଙ୍କୁ ସର୍ବସମ୍ମତି କ୍ରମେ ବୈଠକ ରେ ମନୋନୀତ କରାଗଲା l ରାଜ୍ୟ ସରକାର ଶ୍ରମିକମାନଙ୍କୁ ସର୍ବନିମ୍ନ ଦୈନିକ ମଜୁରୀ ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ ମଧ୍ୟ ଉକ୍ତ ଶ୍ରମିକମାନେ ସରକାରଙ୍କ ଠାରୁ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଛିତ ରହୁବାରୁ ବକ୍ତାମlନେ ସେମାନଙ୍କ ବକ୍ତ୍ୟବରେ ସରକାରଙ୍କୁ ନିନ୍ଦା କରି ଶୀଘ୍ର ବ୍ଲକ କମିଟୀ ଗୁଡିକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାପାଇଁ ସଭାରେ ଆହ୍ୱାନ ଦେଇଥିଲେ l ଜିଲ୍ଲା କମିଟୀ ଏକଜିକ୍ୟୁଟିଭ ମେମ୍ବର ସୁଦାମ ମହାକୁର ଉପସ୍ଥିତ ସଦସ୍ୟ ଓ ଅତିଥିମାନଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ଶେଷକଲେ l