-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
08-Nov-2024
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ କୁଳୁତାଜୋର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଜାନୁଆରୀ ମାସରେ ପାଳନ କରାଯିବ l ଶୁକ୍ରବାର କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରାଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ସନୋଜ ସେଠି ମୁଖ୍ୟଅତିଥି, ସାମ୍ବାଦିକ ଦିବ୍ୟଶଙ୍କର ରାଉତ ମୁଖ୍ୟବକ୍ତା ଏବଂ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମୀ ମଲିକ, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ସରପଞ୍ଚ ଚୁମକି ଭୋଇ,
ସିଆରସିସି ଶ୍ଵେତ ବେହେରା, ପରିଚାଳନା କମିଟି ସଭାପତି ମାଧୁରୀ ମାଝୀ, ପୂରାତନ ଛାତ୍ର ପାଳେଶ୍ୱର ରଣା, ହୀରକ ଜୟନ୍ତୀ ସଭାପତି ଟନୋଜ ରଣା, ସମ୍ପାଦକ ମହେନ୍ଦ୍ର ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋଗୋ
ଉନ୍ମୋଚନ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଘଣ୍ଟାପଡା ସିଆରସିସି ରୁପାସିଂ କ୍ଷେତୀ ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ l ପରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l