-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

*ବୈଜ୍ଞାନିକ ମନୋଭାବ ର ବିକାଶ ର ମାଧ୍ୟମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ*

08-Nov-2024



*ବୈଜ୍ଞାନିକ ମନୋଭାବ ର ବିକାଶ ର ମାଧ୍ୟମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ* 
ଡୁଙ୍ଗୁରିପାଲି /
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ  ର ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ସର୍ଗୁଲ ରେ ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ କୁ ଡୁଙ୍ଗୁରିପାଲି ବ୍ଲକ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ପଞ୍ଚାନନ ବାରିକ ସଭା ପରିଚାଳନା କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ,ଡୁଙ୍ଗୁରିପାଲି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବଯାନୀ ବେହେରା,ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ,ବଟକୃଷ୍ଣ ପାଢ଼ୀ,ଜଗତ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁ,ବନ୍ଧପାଲି ଗ୍ରାମପଂଚାୟତ ର ସମିତି ସଭ୍ୟ ପ୍ରତିନିଧି ବନବସ ଭୋଇ ,ସର୍ଗୁଲ ସିଆରସିସି ନୀଳକଣ୍ଠ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ବୈଜ୍ଞାନିକ ମନୋବୃତ୍ତି ର ବିକାଶ ପାଇଁ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ବିଷୟ ରେ ଆଲୋକପାତ କରିଥିଲେ।

ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରୀ ମାନେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଅତିଥି ଙ୍କୁ ସ୍ୱାଗତ କରିବା ପରେ ସ୍ୱାଗତ ସଂଗୀତ ଗାନ କରିଥିଲେ l ବିଜ୍ଞାନ ଶିକ୍ଷକ ମୀନକେତନ ମେହେର, ପ୍ରିୟରଞ୍ଜନ ଭୋଇ, ମନୋଜ କୁମାର ପଧାନ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ l ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ସମୁଦାୟ 113 ଟି ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ଶିଶୁ ବୈଜ୍ଞାନିକ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା l ଶିକ୍ଷକ ଶ୍ରୀକୁମାର ପଟେଲ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ କିଷାନ ସଭାପତିତ୍ୱ କରିଥିଲେ l ଶ୍ରୀରାମ ମହାବିଦ୍ୟାଳୟ ର ପଦାର୍ଥବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ ଯୋଗେଶ ରାଉତ ମୁଖ୍ୟ ବକ୍ତା,ସର୍ଗୁଲ ଗ୍ରାମ ପଂଚାୟତ ସମିତି ସଭ୍ୟ ପୁରନ୍ଦର ସାହୁ, ବ୍ଲକ ବିଜ୍ଞାନ କମିଟି ସଭାପତି ତଥା ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ, ଆଗାମୀ ବର୍ଷ ବିଜ୍ଞାନ ମେଳା ହେବାକୁ ଥିବା କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାରିକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁ , ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ l ବିଭିନ୍ନ ବିଷୟରେ ପ୍ରଥମ ସାତ ଟି ସ୍ଥାନ ରେ ସ୍ଥାନିତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡା ର ବିଶ୍ୱଭୂଷଣ ପାଣ୍ଡିଆ, ବଡ଼କରଲେ ଉଚ୍ଚ ବିଦ୍ୟାଳୟ ର ପ୍ରିୟାଂଶି ପଧାନ, ତମାମୁରା ଗୋପାଳଜୀ ଉଚ୍ଚ ବିଦ୍ୟାଳୟ ର ଚନ୍ଦ୍ରିକା ପଧାନ, ସହଲା ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ଲକି ମେହେର, ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ରୁପ୍ସା ପଧାନ, ସାହାଜ ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଆଭା ସାହୁ,ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡା ର ଅଖିଳେଶ ଭୋଇ ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା ଓ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ସୋମନାଥ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ l  ଡୁଙ୍ଗୁରିପାଲି ବ୍ଲକ ର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମେଡ଼ିଆ,ସମସ୍ତ 15 ଟି କ୍ଲଷ୍ଟର ର ସିଆରସିସି, ବିଜ୍ଞାନପ୍ରେମୀ ଶିକ୍ଷକ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ,ପୁରାତନ ଛାତ୍ରଛାତ୍ରୀ,ସ୍କାଉଟ ଗାଇଡ଼, ରେଡ଼କ୍ରସ, ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓ ସର୍ଗୁଲ ଗ୍ରାମବାସୀ ଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁବ୍ୟବସ୍ଥିତ ଢଙ୍ଗ ରେ ସମାପନ ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like