-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2024
ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ଗୋପାଲଜୀ ରୋଡ ନିବାସୀ ସ୍ୱର୍ଗତ ଭରତ ଚନ୍ଦ୍ର ସାହୁଙ୍କ ସହଧର୍ମିଣୀ ଦ୍ରୌପଦୀ ସାହୁ (୮୭)ଙ୍କ ଶୁକ୍ରବାର ସକାଳ ସାଢ଼େ ୯ଟା ସମୟରେ ପରଲୋକ ହୋଇଛି। ଜଣେ ଧର୍ମପ୍ରାଣା, ମିଷ୍ଟାଭାଷୀ ଓ ମେଳାପୀ ମହିଳା ଭାବେ ସେ ପରିଚିତ ଥିଲେ। ସେ କିଛିଦିନ ହେଲା ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇପଡିଥିଲେ। ତାଙ୍କର ତିନି ପୁଅ ବରିଷ୍ଠ ଆଡଭୋକେଟ୍ ତଥା ସ୍ତମ୍ଭକାର ଜୟକୃଷ୍ଣ ସାହୁ, ସନ୍ତୋଷ ସାହୁ ଓ କିଶୋର ସାହୁ, ତିନି ବୋହୂ, ତିନି ଝିଅ ଓ ଜ୍ୱାଇଁଙ୍କ ସମେତ ନାତିନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବରିଷ୍ଠ ଆଡଭୋକେଟ୍, ବୁଦ୍ଧିଜୀବୀ ଓ ଅନ୍ୟମାନେ ତାଙ୍କ ବାସଭବନକୁ ଆସି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବଲାଙ୍ଗୀର ବିଭୂତିପଡା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠପୁତ୍ର ବରିଷ୍ଠ ଆଡଭୋକେଟ୍ ଜୟକୃଷ୍ଣ ସାହୁ ମୁଖାଗ୍ନି ଦେଇଥିଲେ।