-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2024
କଣ୍ଟାମାଳ(ଜୟ କୁମାର ମହାରଣା) କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି ।ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକଙ୍କ ନେତୃତ୍ୱରେ ଏକ ଟିମ୍ କଣ୍ଟାମାଳ ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମ୍ୟ ରାସ୍ତା ନିକଟରେ ଚଢାଉ କରି ବିପୁଳ ଦେଶୀ ମଦ ଜବତ କରିଥିବା ବେଳେ ଘଟଣାରେ ଖଲିଆପାଲି ଗ୍ରାମର ନିରୋଦ ବଗର୍ତ୍ତି(୨୬)କୁ ଗିରଫ କରାଯାଇଛି ।ତା ନିକଟରୁ ୨୫ଲିଟର ଦେଶୀ ମଦ ଜବତ କରାଯାଇଛି ।ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୭୭/୨୪-୨୫ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ନୀରୋଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ ସୂଚନା ଦେଇଛନ୍ତି ।