-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
07-Nov-2024
ଗଞ୍ଜାମ(କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୧୩ ଜାନୁଆରୀ ୨୯ ତାରିଖ ରେ ଗୋଷାଣୀ ନୁଆଁଗାଁ ରେ ଘଟିଥିବା ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡରେ ଅଭିଯୁକ୍ତ ମାନେ ଜେଲ୍ ଯାଇ ଜାମିନ ରେ ଆସିଥିଲେ। କିନ୍ତୁ ଅନ୍ୟ ଜଣେ ଅଭିଯୁକ୍ତ ମୌଜ ମିଶ୍ର ବର୍ତ୍ତମାନ ପଳାତକ ଘୋଷିତ ହୋଇଛି। ଆଜି ମକଦ୍ଦମାର ରାୟ ପ୍ରକାଶ କରି ଗଞ୍ଜାମ ଜିଲ୍ଲା ଜଜ୍ ୧୧ ଜଣ ଅଭିଯୁକ୍ତ ଯଥା ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ସାହୁ, ଟୁକୁନା ବେହେରା, ବାବାଜୀ ରଣା, ରାକେଶ ପଣ୍ଡା, ମୃତ୍ୟୁଞ୍ଜୟ ସାବତ, ଗଣେଶ ପାଣିଗ୍ରାହୀ,ସେକ୍ ଜାଫିର, ଶଙ୍କର୍ଷଣ ପାଢ଼ୀ ,ବୁଡୁ ଦାସ ଓ ଶଙ୍କର ବେହେରା ପ୍ରମୁଖଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।