-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||     

HOME   ଜିଲ୍ଲା

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ, ଆଜି ସମୀକ୍ଷା ବୈଠକ ଓ ଆସନ୍ତା କାଲି କ୍ଷେତ୍ର ପରିଦର୍ଶନ

07-Nov-2024



ନବରଙ୍ଗପୁର(ପ୍ରେରଣା ଖବର):  କେନ୍ଦ୍ର ମହିଳା ଓ ଶିଶୁ ବିକାଶ  ରାଷ୍ଟ୍ର ମନ୍ତ୍ରୀ  ସାବିତ୍ରୀ ଠାକୁର  ନବରଙ୍ଗପୁର ଜିଲା ଗସ୍ତରେ ଆସି ଅପରାହ୍ନ ୩ଟା ୪୫ରେ ସ୍ଥାନୀୟ ଜିଲାପରିଷଦ ସମ୍ମିଳନୀ ଗୃହରେ  ଆକଂକ୍ଷି ଜିଲ୍ଲା ଅନ୍ତର୍ଗତ କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ମାନନୀୟ ମନ୍ତ୍ରୀ ନବରଙ୍ଗପୁର ଆକାଂକ୍ଷୀ ଜିଲାରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ କିଭଳି ସୁଫଳ ରୂପାୟନ ହେବ ସେନେଇ ଅ ଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକରେ ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର, ବିଦ୍ୟାଳୟ ଓ ଗଣ ଶିକ୍ଷା କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ, ଲୋକସଭା,ନବରଙ୍ଗପୁର ଶ୍ରୀବଳଭଦ୍ର ମାଝୀ, ଜିଲାପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ଶ୍ରୀ ନରସିଂ ଭତ୍ରା, କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତ୍ରା, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ନବରଙ୍ଗପୁର ପୌର ଅଧ୍ୟକ୍ଷ କୁନୁ ନାୟକ ଓ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ  ବିରଞ୍ଚି ନାରାୟଣ ଦରୱାନ ମଞ୍ଚାସୀନ ଥିଲେ ।ପ୍ରଥମେ  ଜିଲ୍ଲାପାଳ ମଞ୍ଚାସିନ ସମସ୍ତଙ୍କୁ ସ୍ଵାଗତ କରିବା ସହ ପି ପି ଟି ମାଧ୍ୟମ ରେ ନୀତି ଆୟୋଗ ର ବିଭିନ୍ନ ମାନଦଣ୍ଡ ରେ ଜିଲ୍ଲାରେ ପ୍ରଚଳନ  ବିଭିନ୍ନ କେନ୍ଦ୍ରୀୟ ଯୋଜନା ର ଅଗ୍ରଗତି ଓ ସ୍ଥିତି କୁ ନେଇ ତଥ୍ଯ ଉପସ୍ଥାପନ କରିଥିଲେ।
  ସମୀକ୍ଷା ବୈଠକରେ  ସ୍ୱାସ୍ଥ୍ୟ,ଶିକ୍ଷା,ମହିଳା ଓ ଶିଶୁ ବିକାଶ,ଭିତ୍ତିଭୂମୀ ଓ  ବିଭିନ୍ନ କେନ୍ଦ୍ରୀୟ ଯୋଜନା ସଂପର୍କିତ ବିଭାଗକୁ ନେଇ ଆଲୋଚନା ହୋଇଥିଲା । ମନ୍ତ୍ରୀ ଜିଲ୍ଲାରେ ବାଲ୍ୟ ବିବାହ  ଅଧିକ ଥିବାରୁ ବ୍ୟାପକ ଜନ ସଚେତନତା କରାଯିବାକୁ ପରାମର୍ଶ ଦେଇଥିଲେ । ଗର୍ଭବତୀ ମହିଳା , ଶିଶୁ ମୃତ୍ୟୁହାର,ପୋଷଣ ଅଭିଯାନ, ଜନ ଧନ ଯୋଜନା, ବାଲ୍ୟ ବିବାହ,ସୁକନ୍ୟା ସଂବୃଦ୍ଧି ଯୋଜନା,  ପ୍ରଧାନମନ୍ତ୍ରୀ ମୁଦ୍ରା ବ୍ୟାଙ୍କ ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, ସ୍ୱଚ୍ଛ ଭାରତ ମିଶନ ଯୋଜନା, ଆଧାର ସଂଯୋଗ,ଲକ୍ଷପତି ଦିଦି, ମାତୃ ବନ୍ଦନା ଯୋଜନା  ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ ପଚରିଥିଲେ । ଆଧାର କାର୍ଡ଼କୁ ପ୍ରାଧାନ୍ୟ ଦେଇ ପ୍ରଧାନ ମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ସଫଳ ରୂପାୟନ ପାଇଁ ସମସ୍ତ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଆଧାର ସହିତ ଆକାଉଣ୍ଟ ଲିଙ୍କ ରହିଲେ ସରକାରଙ୍କ ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କୁ ପହଁଛି ପାରିବ ବୋଲି କହିଥିଲେ  । କେନ୍ଦ୍ର ପ୍ରଣୟନ ଯୋଜନା ଓ ରାଜ୍ୟ ପ୍ରଚଳନ ଯୋଜନା ଉପରେ କୌଣସି ଦ୍ଵନ୍ଦ ନ ରଖି ଲୋକଙ୍କୁ ସଠିକ ତଥ୍ୟ ଦେବାକୁ ଅଧିକାରୀ କହିଥିଲେ । ଜିଲାରେ ୮୮୮୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ସେଥିମଧ୍ୟରୁ ୨ ଶହଟି ଗୋଷ୍ଠି  ଲକ୍ଷ ପତି ଦିଦିରେ ସାମିଲ ହୋଇଛନ୍ତି ଏବଂ ଏହି ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ବିଭିନ୍ନ ଯୋଜନାରେ ସାମିଲ କରି ତାଲିମ ଦେବାକୁ କହିଥିଲେ ।  ଜିଲ୍ଲାର ବିଭିନ୍ନ ବାଳିକା ଅଧାରୁ ପାଠ ପଢା ଛାଡୁଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଦାଦନ ଶ୍ରମିକ ରୋକିବାକୁ ବିଭିନ୍ନ ଯୋଜନାର ବ୍ୟାପକ ସଚେତନତା କରିବାକୁ କହିଥିଲେ। ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ ସଚେତନ କରିବାକୁ କହିଥିଲେ । ୨୦୧୪ ରୁ ସ୍ୱଚ୍ଛ ଭାରତ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହି ଜିଲାରେ ଆଶାନୁରୂପ ଭାବେ ସଫଳତା  ହାସଲ କରିନଥିବାରୁ ନାପସନ୍ଦ କରିଥିଲେ । ସମସ୍ତ ବିଭାଗର ତଥ୍ୟ ସଠିକ ଭାବେ ରହିବା ଆବଶ୍ୟକ ରହିଛି  । ଆସନ୍ତା ୨୦୪୭ ସୁଦ୍ଧା ସଶକ୍ତ, ସମର୍ଥ, ବିକଶିତ ଓ ସମୃଦ୍ଧ  ଭାରତ ଗଠନ କରିବାକୁ ସମସ୍ତ ଅଧିକାରୀଙ୍କୁ ଯୋଜନା ବଦ୍ଧ ଭାବରେ କାର୍ଯ୍ୟ କରିବାକୁ  ଆହ୍ୱାନ କରିଥିଲେ । ୨୦୨୫ ସୁଦ୍ଧା ଭାରତ ତୃତୀୟ ଅର୍ଥ ନୀତିରେ ପରିଣତ ହେବ ।
ସରକାରୀ ଯୋଜନାକୁ ବ୍ୟାପକ ପ୍ରଚାର ପ୍ରସାର କରିବା ସହିତ ଜନ ଜାଗରଣ କରିବାକୁ କହିଥିଲେ । ଉତ୍ତମ କାର୍ଯ୍ୟ କରିଥିବା ଜିଲାର ଅଧିକାରୀ ମାନଙ୍କୁ ପ୍ରୋତ୍ସାହନ ଦେବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ ସରକାରଙ୍କ ଯୋଜନା ଗୁଡିକ ସଠିକ ଭାବରେ କାର୍ଯ୍ୟକାରୀ ହେବା ସହ ସମସ୍ତ ଲୋକେ ଉପକୃତ ହେବେ ବୋଲି କହିଥିଲେ । ଏମପି ବଳଭଦ୍ର ମାଝୀ ସବୁବିଭାଗ ନିଜ ନିଜର ସମୀକ୍ଷା କରି ଅନ୍ୟ ବିଭାଗ ସହିତ ସମନ୍ୱୟ ରଖି ସରକାରୀ ଯୋଜନାକୁ ଲୋକଙ୍କ ନିକଟତର କରିବାକୁ ପରାମର୍ଶ ଦେଇଥିଲେ । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସୁଚନା ଅନୁସାରେ ୧୦ ବ୍ଳକରେ ୨୩୩୦ଟି ଅଙ୍ଗନବାଡି କେନ୍ଦ୍ର, ୧୨୧୦ ଟି ଶୌଚାଳୟ, ୧୩୭୩ କେନ୍ଦ୍ରରେ ପାନୀୟଜଳ ବ୍ୟବସ୍ଥା ରହିଛି ଓ ୧୪୨୧ରେ ବିଦ୍ୟୁତ ସଂଯୋଗ ରହିଛି । ୧୭୬ ସକ୍ଷମ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ନବୀନ ଚନ୍ଦ୍ର ନାୟକ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ ପଣ୍ଡା, ପିଏ ଆଇଟିଡିଏ  ରାଜୀବ କୁମାର ସାହୁ,  ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରାଙ୍କ ସମେତ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀ, ସମସ୍ତ ବିଡ଼ିଓ, ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026

You Might Also Like