-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||     

HOME   ଜିଲ୍ଲା

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ

07-Nov-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସର୍କିଟ ହାଉସ ଠାରେ  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ କନ୍ଧମାଳର ମାଣ୍ଡିପାଙ୍ଗା ଗାଁରେ ଭୋକ ବିକଳ ରେ ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁରେ ଯେଉଁ ଅଭାବ  ଅଭାବନୀୟ ଘଟଣାଘଟିଗଲା ତାହା ବର୍ତ୍ତମାନ ମୋହନ ସରକାରଙ୍କୁ ଏକ ଝଟକା ସଦୃଶ୍ୟ ହୋଇଥିବା ବିରୋଧୀ ଦଳ ରେ ନେତାମାନେ ଡିଣ୍ଡିମ ପିଟୁଛନ୍ତି , ବାସ୍ତବିକ ମାଣ୍ଡି ପଙ୍ଗା ଗ୍ରାମର ଜନସାଧାରଣ ଙ୍କ ପ୍ରକୃତ ଦାରିଦ୍ର ଚିତ୍ର ଦେଖି ସ୍ତମ୍ଭଵିଭୂତ ହୋଇ ଯାଇଥିଲୁ ବୋଲି କ୍ଷଭୋର ସହିତ ପ୍ରକାଶ କରିଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ | ସରକାର ଲୋକଙ୍କ ପାଇଁ ବହୁ ଯୋଜନା କରୁଛନ୍ତି କିନ୍ତୁ ପ୍ରଶାସନର ଚରମ ଅବହେଳା ପାଇଁ ତାର ସୁଫଳ ଲୋକଙ୍କ ପାଖରେ ପହଂଚୁ ନାହିଁ।   କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଗଦାପୁର ପଂଚାୟତର ମାଣ୍ଡି ପଙ୍ଗା ଗାଁରେ ଖାଦ୍ୟ ଅଭାବରେ କିଛି ବିକଳ୍ପ ନଥିବାରୁ ବିକଳରେ ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିବା କନ୍ଧମାଳ ଜିଲ୍ଲା ପାଇଁ ଓ ରାଜ୍ୟ ପାଇଁ  ଘୋର ଲଜ୍ୟାର ବିଷୟ ବୋଲି ସାମ୍ବାଦିକ ସନ୍ମିଳନୀ ରେ କହିଲଥିଲେ ଶ୍ରୀ ତ୍ରିପାଠୀ । କେନ୍ଦ୍ର ଦେଉଥିବା ମାସିକ ପାଞ୍ଚ କେଜି ଚାଉଳ ଯଥେଷ୍ଟ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ରଜ ତ୍ରିପାଠୀ । ଗରିବ ଆଦିବାସୀ ଦଳିତ ଶ୍ରମିକଙ୍କ ପାଇଁ ଏହି ଅଞ୍ଚଳରେ ଅନ୍ତଦ୍ୱୟ ଯୋଜନାରେ ଜିଲ୍ଲାର ସମସ୍ତଙ୍କୁ ଅନ୍ତର୍ଭୂକ୍ତ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛୁ।  ଏହି ଗାଁରେ କେହି ହେଲେ ସୁଭଦ୍ରା ଯୋଜନାରେ ଟଙ୍କା ପାଇ ନାହାନ୍ତି। କାହିଁକି ପାଇ ନାହାଁନ୍ତି ତାହାର ତଦନ୍ତ ହେଉ l ସେହି ଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାତ୍ର ୧୨ ଜଣ ହିତାଧିକାରୀ ପକ୍କା ଘର ପାଇଛନ୍ତି। ଲୋକଙ୍କ ପାଖରେ କାମ ନାହିଁ ।  ମୋହନ ସରକାର ଙ୍କର ଆରଡ଼ିସ ତଦନ୍ତ କେବଳ ଧର୍ମକୁ ଆଖିଠାର ଛଡାଆଉ କିଛି  ନୁହଁ। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ଦରକାର ବୋଲି ମଧ୍ଯ କହିଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାରପୁର ପଞ୍ଚାୟତରେ ମାଣ୍ଡିପଙ୍ଗା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କର ମୃତ୍ୟୁ ଓ ୬ ଜଣ ଗୁରୁତର ହୋଇ ଚିକିତ୍ସିତ  ହେଇଥିବା ଦୁଃଖଦ ଘଟଣା ପରେ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସଂଧାନ କରି, ଫେରି ସାମ୍ବାଦିକ ମାନଙ୍କ ସାକ୍ଷାତକାର ରେ, ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ନୂଆଦିଲ୍ଲୀର ଜାତୀୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ  ବ୍ରଜକିଶୋର ତ୍ରିପାଠୀ, ଜାତୀୟ ମାନବିକ ଅଧିକାର ଆୟୋଗର କୋର କମିଟି ସଦସ୍ୟ ତଥା HRFI ଅଧ୍ୟକ୍ଷ ଶ୍ରୀ ମନୋଜ  ଜେନା ଓ ରାଜ୍ୟର ବରିଷ୍ଠ ସାମ୍ବାଦିକ  ପ୍ରମୋଦ କୁମାର ସ୍ୱାଇଁ କହିଥିଲେ ଯେ, କୁମ୍ଭାରା ମାଝିଙ୍କ ଝିଅ ୨୮ବର୍ଷର ରୁନୁ ମାଝି ଓ ଅନିଲ୍‌ ପାଟମାଝିଙ୍କ ପତ୍ନୀ ୨୫ ବର୍ଷ ରୋମିତା ପାଟମାଝି ମୃତ୍ୟୁ ଓ ଅନ୍ୟ ୬ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଘଟଣା ଦେଶର ଜାତୀୟ ଇତିହାସରେ ଏକ କ୍ରୂର ଓ ମର୍ମନ୍ତୁଦ ଘଟଣା ଓ ଚିନ୍ତାର ବିଷୟ ବର୍ତମାନ ପାଲଟି ଯାଇଛି । ଓଡ଼ିଶାର ଦାରିଦ୍ର୍ୟ ଓ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଇବା ଘଟଣାକୁ ଏହା ସୁନିଶ୍ଚିତ  କରିଛି । ଗତ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କୁ ବି.ପି.ଏଲ୍. କାର୍ଡ଼ରେ ତିନି ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା ବୋଲି ସେ ରାଜ୍ୟ ସରକାର ଙ୍କୁ ଦାୟୀ କରିଛନ୍ତି । ନୂଆ ସରକାର ରାଜ୍ୟରେ ଆସିବା ପରେ, ବି.ପି.ଏଲ କାର୍ଡ଼ ସଂଶୋଧନ ନାମରେ ବିଗତ ୩ ମାସ ହେଲା ଚାଉଳ ପ୍ରଦାନରେ ଅବହେଳା ପ୍ରଦର୍ଶନ କରୁଥିବାରୁ ସମସ୍ତ ୬ ଟି ବି.ପି.ଏଲ୍. ଅନ୍ତର୍ଭୁକ୍ତ ଓ ଅନୁସୂଚିତ ଜନଜାତିର ପରିବାର ଏଭଳି ମର୍ମନ୍ତୁଦ ଦୁଃଖଦ ଘଟଣାର ଶୀକାର ହେଲେ I ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ସଂପୂର୍ଣ୍ଣ ଦାୟି ବୋଲି ଶ୍ରୀ ତ୍ରିପାଠୀ, ଶ୍ରୀଜେନା ଓ ଶ୍ରୀ ସ୍ୱାଇଁ ଅଭିଯୋଗ କରିଥିଲେ । ଏଭଳି ଅବହେଳା ପାଇଁ ଦାୟୀ ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବୀ କରିଥିଲେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଘଟଣାକୁ ଚାପି ଦେବାପାଇଁ ଏକ ହୀନ ଉଦ୍ୟମ ବୋଲି ଶ୍ରୀ ଜେନା ପ୍ରକାଶ କରି କହିଥିଲେ ଯେ ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଜିଲ୍ଲା ଓ ବ୍ଳକ ପ୍ରଶାସନଙ୍କ ଅବହେଳା ବିରୁଦ୍ଧରେ କେଶ ଡାଏରେ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦେଖାଯାଉ ମାଣ୍ଡି ପଙ୍ଗା ଗାଁର ଏଭଳି ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟି ଥିବା ବେଳେ ଡବଲ ଇଂଜିନ ସରକାର ପ୍ରତି ଜନସାଧାରଣ ଙ୍କ ବିଶ୍ୱାସ ଭରସା ଦୋ ଛକିରେ ନେଇ ଠିଆ କରିଦେଉଛି | ଆଗକୁ ଆଉ ଏଭଳି ସରକାରଙ୍କ ଉଦାସୀନତା ଯୋଗୁଁ ଆଉ କେତେ ପରିବାର ଏଭଳି ଅଖାଦ୍ୟ ଖାଇ ଆଉ କେତେଜଣଙ୍କର ମୂଲ୍ୟବାନ ଜୀବନ ହାନି ହେବ କି ଏଭଳି ଘଟଣାର ପୁନରାବୃତ୍ତି ରାଜ୍ୟରେ ନ ହେବା ପାଇଁ ସରକାର ତତ୍ପରତା ପ୍ରକାଶ କରିବେ ତାହା ଆଗାମୀ ଦିନରେ ଜଣା ପଡିବ |


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026

You Might Also Like