-+91-9937148622 |

prerana_bgr@rediffmail.com |

  Monday 4th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||      ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   (03-May-2026)       ||      *ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   (03-May-2026)       ||      *ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   (03-May-2026)       ||      ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   (03-May-2026)       ||      ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   (03-May-2026)       ||      ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   (03-May-2026)       ||      କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା    (03-May-2026)       ||      ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   (03-May-2026)       ||      ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||      ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   (03-May-2026)       ||     

HOME   ଜିଲ୍ଲା

ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ

07-Nov-2024



କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତରଙ୍କ ଦାଦାଗିରି । ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ । ରାଗିଯାଇ ରୋଗୀଙ୍କ ପ୍ରେସକ୍ରିପ୍ସନ ଫାଡିଲେ ଡାକ୍ତର । ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଅସଭ୍ୟ ଭାଷା ରେ ଗାଳି କଲେ ଡାକ୍ତର । ଡାକ୍ତର ଶୁଭମ୍ ଚୌଧୁରୀଙ୍କ ନାମରେ ଅଭିଯୋଗ । ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଙ୍କୁ ମେଡିକାଲରୁ ତଡିଦେଇଥିବା ଅଭିଯୋଗ । ସୂଚନା ଅନୁଯାୟୀ ବୌଦ୍ଧ ସହର ବଗିଚା ସାହି ର ସନ୍ତୋଷ ପଟ୍ଟନାୟକ ରକ୍ତ ଚାପ ଜନିତ ରୋଗରେ ଆକ୍ରାନ୍ତ ଥିବା ବେଳେ ଗତକାଲି ମେଡିକାଲ ରେ ଡିସଚାର୍ଜ ହୋଇ ଘରକୁ ଯାଇଥିଲେ ଏବଂ ଆଜି ପୁଣି ରାତିରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ନେଇ ଥିଲେ ଏବଂ ଡାକ୍ତରଙ୍କୁ ରକ୍ତଚାପ ରୋଗ ଅଛି ଏବଂ ବୋଧହୁଏ ରକ୍ତଚାପ ବଢ଼ିଯାଇଛି ଟିକେ ଦେଖି ଦିଅନ୍ତୁ କହିବାରୁ ରାତିରେ ଡ୍ୟୁଟି ରେ ଥିବା ଡାକ୍ତର ଶୁଭମ୍ ଚୌଧୁରୀ ତାଙ୍କୁ ରାତିରେ ରକ୍ତଚାପ୍ ଦେଖାଯାଏ ନାହିଁ ବୋଲି କହିବା ସହିତ ଚିକିତ୍ସା କରିବାକୁ ମନା କରିଦେଇଥିଲେ ଏବଂ ରୋଗୀଙ୍କ ପ୍ରେସକ୍ରିପ୍ସନ କୁ ମଧ୍ୟ ଫାଡି ଦେଇ ଫିଙ୍ଗି ଦେଇଥିଲେ । ରୋଗୀଙ୍କ ଝିଅ ଏବଂ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ଡାକ୍ତର ନିଜ ଚୌକିରୁ ରାଗରେ ଉଠିଯାଇ ତାଙ୍କ ମାଡ ମାରିବାକୁ ହାତ ଉଠାଇଥିଲେ ବୋଲି ରୋଗୀ ଙ୍କ ଝିଅ ଅଭିଯୋଗ କରିଛନ୍ତି । ତେବେ ରାତିରେ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତି ଥିବା ଡାକ୍ତର ଯଦି ରୋଗୀଙ୍କୁ ଏଭଳି ଭାବେ ବ୍ୟବହାର ଦେବେ ଏବଂ ମେଡିକାଲ ରୁ ବାହାରି ଯିବାକୁ କହିବା ସହିତ ସୁରକ୍ଷା କର୍ମୀକୁ ଲଗାଇ ତାଙ୍କୁ ବାହାରକୁ ବାହାର କରିଦେବେ ତେବେ ଏଭଳି ଡାକ୍ତର କିଭଳି ରୋଗୀ ଙ୍କ ସେବା କରିବେ ଏବଂ ରୋଗୀଙ୍କ ଚିକିତ୍ସା କରିବେ । ତେବେ ଏଭଳି ଡାକ୍ତରଙ୍କୁ ଏହି ଜିଲ୍ଲାରୁ ତୁରନ୍ତ ବଦଳି କରିବା ସହିତ  ତାଙ୍କ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   04-May-2026
  ଜିଲ୍ଲା  
ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   03-May-2026
  ଜିଲ୍ଲା  
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   03-May-2026
  ଜିଲ୍ଲା  
ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   03-May-2026
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   03-May-2026
  ଜିଲ୍ଲା  
ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   03-May-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   03-May-2026
  ଜିଲ୍ଲା  
ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   03-May-2026
  ରାଜ୍ୟ  
ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   03-May-2026
  ଜିଲ୍ଲା  
*ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   03-May-2026

You Might Also Like