-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ବରଗଡ଼, (ମୁକୁନ୍ଦ ଦାସ) - ବିକାଶ ଅଡିଟୋରିୟମରେ ସକଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିଭାବକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡେ ସ୍କୋଲାର ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ଦେଇଥିଲେ। ଉକ୍ତ ସଭାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକ ମାନଙ୍କୁ ସ୍କୁଲ ଖୋଲିବା ନିମନ୍ତେ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା କୋଭିଡ ନିୟମାବଳୀ ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇ ଥିଲେ । ଅଭିଭାବକମାନେ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ଅପରାହ୍ନ ୦୪.୦୦ ରେ ହଷ୍ଟେଲର ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ଯୋଗଦାନ ପାଇଁ ଆଉ ଏକ ଅନଲାଇନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁ ଅଭିଭାବକ ମାନଙ୍କୁ ବିଦ୍ୟାଳୟ ଏବଂ ହଷ୍ଟେଲ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଏସ.ଓ.ପି ବିଷୟରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ ।ଏଥିରେ ବିକାଶ ଗ୍ରୁପର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ଛାତ୍ରଛାତ୍ରୀ ତଥା ଅବିଭାବକ ମାନଙ୍କ ପାଇଁ ତାଙ୍କର ବକ୍ତବ୍ୟ ରଖିବା ସହିତ ଏହି କଠିନ ସମୟରେ ଅନୁଷ୍ଠାନ ପ୍ରତି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ଅବିଭାବକ ଯୋଗଦାନ କରିଥିଲେ ଏବଂ କର୍ତ୍ତୃପକ୍ଷଙ୍କ ଦ୍ଵାରା ତାଙ୍କର ସମସ୍ତ ପ୍ରକାରର ପ୍ରଶ୍ନର ଉତ୍ତର ଦେଇ ସନ୍ଦେହମୋଚନ କରଯାଇଥିଲା । ଏଠାରେ ଉଲ୍ଲେଖ ଥାଉକି ଦୁଇ ଦିନ ପୂର୍ବରୁ ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀ କ୍ରୀଷ୍ଣା, ମ୍ୟାନେଜିଙ୍ଗ ଡାଇରେକ୍ଟର ଜି. ଭାସ୍କର ରାଓ ଏବଂ ଏକଜିକ୍ୟୁଟିଭ ଡାଇରେକ୍ଟର ଡି. ନାଗେଶ୍ଵର ରାଓଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅଧ୍ୟକ୍ଷ ମାନଙ୍କୁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ନେଇ ସ୍କୁଲ ଖୋଲିବା ନିମନ୍ତେ ସରକାରଙ୍କ ପ୍ରଦତ୍ତ କୋଭିଡ-୧୯ ନିୟମାବଳୀ ଅନୁସାରେ ବିଦ୍ୟାଳୟ ଏବଂ ହଷ୍ଟେଲର ସୁବ୍ୟବସ୍ଥିତି ପରିଚାଳନା ନିମନ୍ତେ ଏସ.ଓ.ପି ପ୍ରସ୍ତୁତ କରଯାଇଥିଲା । ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀ କ୍ରୀଷ୍ଣା ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଡେ ସ୍କୋଲାର ଛାତ୍ରଛାତ୍ରୀ ମାନେ ତା: ୦୮।୦୧।୨୦୨୧ ରୁ ଏବଂ ହଷ୍ଟେଲ ଛାତ୍ରଛାତ୍ରୀମାନେ ତା: ୧୨।୦୧।୨୦୨୧ ରୁ ବିଦ୍ୟାଳୟରେ ଯୋଗଦେବେ ବୋଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଉଭୟ କାର୍ଯ୍ୟକ୍ରମରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଡମିନୀଷ୍ଟ୍ରେଟିଭ ଇନଚାର୍ଜ ଏସ.କାନ୍ତା. ରାଓ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ ।