-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
28-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଫ୍ରେଣ୍ଡସ୍ ଏ ହୋପ ସାମାଜିକ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଜିଲ୍ଲାର ଜୁଲଟ ଗ୍ରାମ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରିଥିଲେ।ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଅମୃତଧାରା ନର୍ସିଂ ହୋମର ପରିଚାଳକ ଶ୍ରୀମାନ ଯଶୋବନ୍ତ ମେହେର ଯୋଗଦାନ ପୂର୍ବକ ଖେଳ ମଣିଷ ଜୀବନର ଏକ ଅଙ୍ଗ ଉପରେ ଆଲୋକପାତ କରିବା ସହ ଅଂଶ ଗ୍ରହଣ ଦଳର ଖେଲାଳୀ ତଥା ଫ୍ରେଣ୍ଡସ୍ ଏ ହୋପ ର କର୍ମକର୍ତ୍ତା,ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ବିଶେଷ କରି ଏଇ ଅନୁଷ୍ଠାନ ଖେଳରେ ଖର୍ଚ୍ଚ ପରେ ଅବଶିଷ୍ଟାଶ ଅସୁଲି ହୋଇଥିବା ରାଶି ଗରିବ ନିଃସହାୟ ବ୍ୟକ୍ତି ବିଶେଷଙ୍କ ପାଇଁ ବିଭିନ୍ନ ମାଧ୍ୟମରେ ଖର୍ଚ୍ଚ କରିଥାନ୍ତି। ଏଭଳି ଅନୁଷ୍ଠାନ ସାରା ବରଗଡ଼ ଜିଲ୍ଲାରେ ବିରଳ ବୋଲି ଅନୁମେୟ।ଏଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଶେଷରେ ବିଜେତା ଭାବେ ବେହେରା ଫୁଟବଲ,ଖୁଣ୍ଡପାଲି (ବରଗଡ଼) ଘୋଷିତ ହୋଇଥିବାବେଳେ, ୟୁନାଇଟେଡ଼ ସ୍ପୋଟିଙ୍ଗ୍ କ୍ଲବ ବରଗଡ଼ ରନର୍ ହୋଇଥିଲେ।