-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ତଣ୍ଡାମୁଣ୍ଡା ଡବଲମର୍ଡର : ଗଞ୍ଜେଇ ଚୋରାଚାଲାଣରେ ଧୋକାଦେଇ ହତ୍ୟା ? ହତ୍ୟାକାରୀମାନେ ସ୍ଥାନୀୟ ହୋଇଥିବା ସନ୍ଦେହ !

28-Oct-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ଗତ ୨୪ ତାରିଖରେ ପୁଇଁତଳା ଥାନା ଅନ୍ତର୍ଗତ ଉପରଝର-ତଣ୍ଡାମୁଣ୍ଡା ଘାଟି ତଳର ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ବାହାରରାଜ୍ୟର ଯୁବକଯୁବତୀଙ୍କ ତଣ୍ଟିକଟା ହତ୍ୟାକାଣ୍ଡ ମାମଲାରେ ଅଦ୍ୟାବଧି ପୁଲିସ୍ ହତ୍ୟାକାରୀ କିମ୍ବା ହତ୍ୟାର କାରଣ ସ୍ପଷ୍ଟ କରିନାହିଁ  ।  ଏସ୍ ପି ଋଷିକେଶ ଖିଲାରୀ ଘଟଣାସ୍ଥଳକୁ ଯାଇ ପ୍ରତ୍ୟେକ୍ଷ ଅନୁସନ୍ଧାନ କରିବାସହ ୫ ଟି ଟିମ୍ ଗଠନ କରି ରାଜ୍ୟବାହାର ପଠାଇବ ସହିତ ପୁଲିସ୍ ଯୋରସୋର୍ ତଦନ୍ତ ଜାରି ରଖିଛି । କେତେକ ସ୍ଥାନୀୟ ସନ୍ଦିଗ୍ଧବ୍ୟକ୍ତିଙ୍କୁ ଉଠାଇନେଇ ଅଟକ ରଖି ପଚରାଉଚୁରା କରୁଛି। ବୁର୍ଲାର ଭୀମସାର ପାର୍କିଂସ୍ଥଳରୁ ଏକ ଭେର୍ନା କାର୍ ମଧ୍ୟ ଜବତ କରିଛି । ଇତିମଧ୍ୟରେ ଉକ୍ତ ଯୁବକଙ୍କର ପରିଚୟ ପୁଲିସ୍ ହାସଲ କରିଛି ଓ ସେମାନେ ଆସି ଚିହ୍ନଟ କରିବାପରେ ଶବବ୍ୟବଚ୍ଛେଦ ପରେ ମୃତଦେହକୁ ନେଇଯାଇଛନ୍ତି । ହତ୍ୟାର ଶିକାର ହୋଇଥିବା ଏହି ଯୁବକଯୁବତୀଙ୍କୁ ପ୍ରେମୀଯୁଗଳ ଓ ସେମାନେ ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ପ୍ରଥମେ ଏହାକୁ ଅନରକିଲିଂ ବୋଲି ସନ୍ଦେହ କରାଯାଉଥିବା ବେଳେ  ମଝିରେ ସଦର ଏସ୍ ଡିପିଓ ସାମ୍ବାଦିକଙ୍କୁ ଏହା ଡ୍ରଗ୍ସ କାରବାରର ସନ୍ଦେହର ସୂଚନା ଦେବାରୁ ଓ ବଲାଙ୍ଗିର ସହରର ମାଲପଡାରୁ ପୂର୍ବରୁ ଦେହବ୍ଯବସାୟରେ ଜଡିତ ଅଭିଯୋଗରେ ଜେଲ୍ ଯାଇଥିବା ଓ  ଏକାଧିକ କାର୍ ଫାର୍ ରଖିଥିବା ମହାଲକ୍ଷ୍ମୀ ନଗରରେ ବିବାହିତ କାଠମିସ୍ତ୍ରୀ ଡବ୍ଲ୍ଯୁ ନାମକ ଜଣେ ଯୁବକକୁ ଉଠାଇ ନେଇଥିବାରୁ କେତେକ ମିଡିଆରେ ଏହି ଡବଲମର୍ଡର କାଣ୍ଡରେ ଗଞ୍ଜେଇ ସହିତ ଦେହବେପାର ମଧ୍ୟ ଥିବାର ସନ୍ଦେହ ପ୍ରକାଶ ପାଇଛି ।  କେତେକ ଆଉଟିକେ ଆଗକୁ ମାଡିଯାଇ ଏଠାରେ ବନ୍ଧୁକ ମୁନରେ  ଏହା ଚାଲୁଥିବା, ଏଥିରେ ଆନ୍ତଃରାଜ୍ୟ ଲିଙ୍କ୍ ବା ହତ୍ୟାକାରୀମାନେ ରାଜ୍ୟବାହାରର ଇତ୍ୟାଦି ବୋଲି କେଉଁଠୁ ଡନ୍ ଷ୍ଟାଇଲ୍ ର ଫଟୋ ସଂଯୋଜନା କରି ପ୍ରକାଶ କରିଥିବା ଏବଂ ଧଳାଜହର ବା ଚରସ୍ ହିରୋଇନ୍ ବେପାରର କଳ୍ପନାଜଳ୍ପନା ଆରମ୍ଭ କରିଦେଇଛନ୍ତି !  ଏସବୁ ସତ୍ତ୍ବେ ବିଗତ ଛଅଦିନ ପରେ ବି ତଦନ୍ତକାରୀ ପୂଲିସ୍ ଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ତେବେ ଏହାପଛରେ ଓଡିଶାରୁ ଝାଡଖଣ୍ଡ ବନାମ ବଲାଙ୍ଗୀରରୁ ବୋକାରୋ ପର୍ଯ୍ୟନ୍ତ ଗଞ୍ଜେଇ ଚୋରାଚାଲାଣର ଏକ ଆନ୍ତଃରାଜ୍ୟ ରାକେଟ୍ ଚାଲିଥିବା ସ୍ପଷ୍ଟ ହୋଇଛି । ବୌଦ୍ଧ ଫୁଲବାଣୀରୁ ସୋନପୁର ଦେଇ ବଲାଙ୍ଗୀର ଓ ଏଠାରୁ ମଧ୍ୟପ୍ରଦେଶ , ଝାଡଖଣ୍ଡ ଆଦି ବାହାରରାଜ୍ୟକୁ ବର୍ଷତମାମ୍ ଦୀର୍ଘବର୍ଷ ଧରି ଗଞ୍ଜେଇ ଚୋରାଚାଲାଣ ବା ସୋନପୁର-ବଲାଙ୍ଗୀର ଏହାର କରିଡର ପାଲଟିଥିବା ସମସ୍ତେ ଜାଣନ୍ତି ।  କିଛିଦିନତଳେ ଗତ ମେ ମାସରେ ବଲାଙ୍ଗୀର ରେଳଷ୍ଟେସନର ଏକ ଲଜ୍ ରେ ସୋନପୁରର ଜଣେ ପୁଲିସ୍ କନେଷ୍ଟବଳଙ୍କ ହାତଗୋଡ ବାନ୍ଧି  ହତ୍ୟାକରି ବାଥ୍ ରୁମ୍ ରେ ପକାଇ  ଉକ୍ତ ମୃତ ପୁଲିସ୍ କର୍ମଚାରୀଙ୍କ କାର୍ ନେଇ ପଳାଇବା ବେଳେ କାର୍ ଟି ଏକ ଗଛରେ ପିଟିହେବାରୁ ଛାଡି ଫେରାର୍ ହୋଇଯାଇଥିବା ହତ୍ୟାମାମଲାରେ ଝାଡଖଣ୍ଡର ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଥିଲା । ଯଦିଓ ତଦନ୍ତକାରୀ ପୁଲିସ୍ ପକ୍ଷରୁ ତାହା ରତ୍ନପଥର ଚୋରା କାରବାର ବୋଲି କୁହାଯାଇଥିଲା ।  ଏହାବ୍ଯତୀତ ଏଇ ଜିଲ୍ଲାଗୁଡିକରେ ପ୍ରାୟ ପ୍ରତିଦିନ ଗଞ୍ଜେଇ

ଚୋରାଚାଲାଣ ଧରାପଡିବା ଏକ ସାଧାରଣଘଟଣାରେ ପରିଣତ ହେବା ସହିତ ଏଭଳି ଅପରାଧରେ ପୁଲିସ୍ ର ସମ୍ପୃକ୍ତି ମଧ୍ୟ ଜଣାପଡିଥିଲା । ଏଣୁ ଏଭଳି ଘଟଣାର ତଦନ୍ତରେ ଲୋକେ ପୁଲିସ୍ ଉପରେ ଆଉ ଏତେଟା ଆସ୍ଥାବାନ୍ ନୁହଁନ୍ତି ।  ଏହି ଘଟଣାରେ ମଧ୍ୟ ପୁଲିସ୍ କିଛି ଲୁଚାଉଥିବା ଚର୍ଚ୍ଚା ହେଉଛି ।

ଅଦ୍ୟାବଧି ଉକ୍ତ ଯୁବକଯୁବତୀଙ୍କ ତଣ୍ଟିକଟା ହତ୍ୟାମାମଲାରେ ଯେତିକି ଜଣାପଡିଛି ବା ଚର୍ଚ୍ଚାରୁ ପ୍ରକାଶ, ତାହାହେଲା ଯୁବତୀ ଜଣକ ଝାଡଖଣ୍ଡ ବୋକାରୋ ଅଞ୍ଚଳର ଓ ସେ ଜଣେ ହିନ୍ଦୁ ଅବିବାହିତା ୨୨ / ୨୪ ବୟସ୍କା। ତାଙ୍କ ନାଁ ପଲକ ମିଶ୍ରା । ଯୁବକ ଜଣକ ମୁସଲମାନ ସଂପ୍ରଦାୟର। ତାଙ୍କ ନାଁ' ଜାବେଦ ( ୨୮ / ୩୦ ) ଓ ସେ ହାଇଦ୍ରାବାଦର ଓ ବୋକାରୋରେ ନାନୀ ଘରେ ରହୁଥିବା ପ୍ରକାଶ । ତାଙ୍କ ବଡ ଭଣଜା ସଲିମ୍ ୟୁସୁଫ୍ ଏଠାକୁ ଚିହ୍ନଟ ପାଇଁ ଆସି ଯୁବକ ଜଣକ ସେଠାରେ  ରିୟଲ୍ ଇଷ୍ଟେଟ୍ କାରବାର କରୁଥିବା ଓ ଏଆଡକୁ ପ୍ରାୟ ବୁଲିବାକୁ ଆସୁଥିବା କହିଛନ୍ତି । ତାଙ୍କ ସାଙ୍ଗରେ ମୃତା ଯୁବତୀଟିକୁ ସେ ଜାଣି ନଥିବା କହିଥିବା ବେଳେ  ଚିହ୍ନଟ ପାଇଁ ଆସିଥିବା ଯୁବତୀଙ୍କର ସମ୍ପର୍କୀୟ କିନ୍ତୁ କିଛି ଖୋଲି କହିଲେ ନାହିଁ । ଆଶ୍ଚର୍ଯ୍ୟର ବିଷୟ ଯେ ସେମାନେ ଏହି ମର୍ମନ୍ତୁଦ ହତ୍ୟାକାଣ୍ଡର ତଦନ୍ତ ନିମନ୍ତେ କୌଣସି ଦାବି କରି ନଥିଲେ  ! 

ଅନୁସନ୍ଧାନରୁ ଜଣାପଡିଛି ଯେ , ଉକ୍ତ ମୃତ ଯୁବକଯୁବତୀ କିଛିଦିନ ହେଲା ଆସି ବଲାଙ୍ଗୀରର ମହାଲକ୍ଷ୍ମୀ ନଗରରେ ଏକ ଘରଭଡା ନେଇ ରହୁଥିଲେ । ଜାବେଦ ଆଗରୁ ପ୍ରାୟତଃ ବଲାଙ୍ଗୀର ସହରକୁ ଯାଆଆସ କରୁଥିବା ଓ ସେ ଟିକ୍ରାପଡାର ଜଣେ ପୂର୍ବ କୋଇଲାବେପାରୀ ଯୁବନେତାଙ୍କ ସହ ଦେଖାଯାଇଥିବା ଓ ଭାଗିରଥୀଛକର ଓମ୍ ଫେଡ୍ ପାର୍ଲର୍ ରେ ବସାଉଠା କରୁଥିବା ଲୋକେ ଆଲୋଚନା କରୁଛନ୍ତି । କିନ୍ତୁ ଝିଅଟି ପ୍ରାୟ ମାସେ ହେଲା ଆସିଥିବା କୁହାଯାଉଛି । ସେମାନେ ଏକ ଲାଲ୍ ରଙ୍ଗର ସ୍କୁଟିରେ ଓ ଏକ ଧଳାକାର୍ ରେ ସହରରେ ବୁଲାବୁଲି କରୁଥିବା ଚର୍ଚ୍ଚା ହେଉଛି ।  ଉଲ୍ଲେଖନୀୟ ଯେ ଏକ କାର୍ ପୁଲିସ୍ ବୁର୍ଲାରୁ ଜବତ କରିଛି । ତେବେ ସେ କାର୍ ଟି ଏଇ କାର୍ କି ନୁହେଁ , ସ୍ପଷ୍ଟ ହୋଇନାହିଁ  !  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ସେମାନେ ଝାଡଖଣ୍ଡରୁ ଆସି ବଲାଙ୍ଗୀରରେ କାହିଁକି ରହୁଥିଲେ , ପୁଲିସ୍ ସ୍ପଷ୍ଟ କରିନ ଥିବା ବେଳେ ସେମାନେ ଯେ ଗଞ୍ଜେଇ ଚୋରାଚାଲାଣରେ ଧରାପଡିଥିବା ଜାବେଦର ଜଣେ ଭଣଜାର ଜାମିନ୍ ନିମନ୍ତେ ଆସିଥିବା ଜଣାପଡିଛି ।  ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ଚଳିତ ମାସ କିଛିଦିନତଳେ ବଲାଙ୍ଗୀର ରେଳଷ୍ଟେସନରେ ରେଳବାଇ ପୁଲିସ୍ ୨ ଜଣ ନାବାଳକଙ୍କୁ ପ୍ରାୟ ୧୬ କିଗ୍ରା ୮୦୦ ଗ୍ରାମ୍ ଚୋରାଗଞ୍ଜେଇ ସହ ଧରି ଗିରଫ କରିଥିଲା ।  ସେମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଭବାନୀପାଟଣାର ଜୁଭେନାଇଲ୍ ଜେଲ୍ ହାଜତକୁ ପଠାଇଦିଆ ଯାଇଥିଲା ଓ ସଂପ୍ରତି ସେମାନେ ସେଠାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜାବେଦ ନିଜ ସାନଭଣଜାକୁ ଜାମିନରେ ମୁକୁଳାଇବାକୁ ଆସି ବଲାଙ୍ଗୀରରେ ରହି ବଲାଙ୍ଗୀର କଳାମଣ୍ଡଳ ରୋଡ୍ ର ଜଣେ (ଜ୍ଞାନୀ) ଯୁବଓକିଲଙ୍କ ଜରିଆରେ ଜାମିନ୍ ଆବେଦନ କରିଥିଲା ।  ଉକ୍ତ ଓକିଲଙ୍କ ପାଖକୁ ଉକ୍ତ ଯୁବକଯୁବତୀଙ୍କୁ ପ୍ରତାପସାଗର ପଡାର ଜଣେ ଯୁବକ ଆଣିଥିଲେ । ସେମାନେ ଏକ ଧଳା କାରରେ ଆସୁଥିଲେ 

ତେବେ ସେମାନେ ଗଞ୍ଜେଇ ଚୋରାଚାଲାଣ ସହ ଜଡିତ ଥିବାରୁ ଏଠାରେ ରହିବା ସହ  ଯୁବତୀଟି ସହ ଦେହର ପ୍ରଲୋଭନ ଦେଇ କେତେକ ସ୍ଥାନୀୟ ଯୁବକଙ୍କୁ ସାମିଲ୍ କରି ଆହୁରି ଗଞ୍ଜେଇ ଚୋରା ଚାଲାଣ କଲାବେଳେ ପ୍ରଚୁର ଅର୍ଥ ଲୋଭରେ ସେହି ସ୍ଥାନୀୟ ଯୁବକମାନେ  ସବୁ ମାଲ୍ ଓ ଟଙ୍କାକୁ ହଡପ କରିବାକୁ ସେମାନଙ୍କୁ ରାସ୍ତାରୁ ସାଫ୍ କରିଦେଇଥିବା ଅସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି ।  କାରଣ ଏହି ହତ୍ୟାକାରୀମାନେ ତଣ୍ଡାମୁଣ୍ଡା ଘାଟୀ ଜଙ୍ଗଲ ଆଡେ ନେଇ ମୃତଦେହକୁ ଫିଙ୍ଗିବା ବାହାର ଅଞ୍ଚଳର ଲୋକଙ୍କ କାମ ହୋଇ ନ ପାରେ । ଯଦିଓ ପୂର୍ବୋକ୍ତ ରେଳଷ୍ଟେସନ ଲଜ୍ ର ପୁଲିସ୍ ହତ୍ୟାକାରୀ ଝାଡଖଣ୍ଡୀ ଆସାମୀ ଖୁଜେନପାଲି ରାସ୍ତା ଦେଇ ପଳାଉଥିବା ବେଳେ ଏକ ଗଛରେ ଗାଡିଟିକୁ ପିଟି ଦେଇଥିଲା । କିଛି ବି କଳ୍ପନା କରାଯାଇପାରେ !  ତେବେ ବାହାରରାଜ୍ୟର ଅପରାଧୀଙ୍କ ସହ ସ୍ଥାନୀୟ ଅପରାଧ ପ୍ରବୃତ୍ତିର ଯୁବକମାନେ ଯେ ଏଭଳି ଗଞ୍ଜେଇ, ଚରସ୍ , ରତ୍ନପଥର ଆଦିର ଚୋରାଚାଲାଣରେ ଜଡିତ ହୋଇପଡୁଛନ୍ତି ; ଏହା ପୁଲିସ୍ ପାଇଁ ଚାଲେଞ୍ଜ୍ ସୃଷ୍ଟି କରିଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like