-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
28-Oct-2024
ବଲାଙ୍ଗୀର, ତା. ୨୮/୧୦ ( ପ୍ରେରଣା ଖବର ): ଆସନ୍ତା ନଭେମ୍ବର ୦୧ ତାରିଖ ବଲାଙ୍ଗୀର ଦିନ ପାଳନ ଅବସରରେ ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡ଼କ୍ରସ ତରଫରୁ ବଲାଙ୍ଗୀର ରକ୍ତ ସଂଗ୍ରହ କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ରେଡ଼କ୍ରସ ସେକ୍ରେଟାରୀ ସସ୍ମିତା ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବରେ ସ୍ୱେଚ୍ଛାକୃତ ରକ୍ତାଦାନ ଶିବିରକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଦିନ କମିଟିର ସଭାପତି ଗୋପାଳଜୀ ପାଣିଗ୍ରାହୀ, କାର୍ଯ୍ୟକାରୀ କମିଟ ସଭ୍ୟ ଲୋଟସ ଷଡ଼ଙ୍ଗୀ, ବିଭୁ ମିଶ୍ର, ସୋମନାଥ ମିଶ୍ର, ବିନୋଦ କାଳସାଏ, ଅନୀଲ ମୋଦୀ, ସୁବ୍ରତ ଖଣ୍ଡୁଆଳ, ସଙ୍ଗୀତା ଦାଶ, ହିମାନୀ ତ୍ରିପାଠୀ, ଶ୍ୱେତା ପଟ୍ଟନାୟକ, ପୂଜା ସାହୁ, ମୌସୁମୀ ଚାଟ୍ଟାର୍ଜୀ, ରକ୍ତ ବୀର ପ୍ରଭାକର ଛନ୍ଦ, ରେଡ଼କ୍ରସ କର୍ମୀ ରବିଚନ୍ଦ୍ର ପଶାୟତ, ପ୍ରଧାନଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଯୋଗ ଦେଇଥିଲେ । ଅତିଥି ଗଣ ରକ୍ତର କିଛି ବିକଳ୍ପ ନାହିଁ ମତବ୍ୟକ୍ତ କରିବା ସହ ମାଆ ମାଟି ପାଇଁ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ପ୍ରଦାନ କରିଥିଲେ ।
ସ୍ୱେଚ୍ଛାକୃତ ରକ୍ତାଦାନ ଶିବିର ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଦେବେଶ ହୋତା, ମନରଞ୍ଜନ ପରିଡା, ସମୀର ସେଠି, କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ, ହିମାଂଶୁ ଶେଖର ବିଶ୍ୱାଳ, ସମାଜସେବୀ ପରମେଶ୍ବର ବାଘ
ଜୁନିୟର ରେଡ଼କ୍ରସ କାଉନସେଲର ଚନ୍ଦ୍ର ଶେଖର ସେଠ, ଘନଶ୍ୟାମ ମେହର, ଦୁର୍ଯ୍ୟୋଧନ ପଶାୟତ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ l