-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
26-Oct-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ନିଶାମୁକ୍ତ ଭାରତ ଅଭିଯାନ ଶନିବାର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ରେ ନିଶାମୁକ୍ତ ସମ୍ପର୍କିତ ଓଡ଼ିଆ ରଚନା ,ତର୍କ ଓ ଚିତ୍ରlଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ। ଅପରାହ୍ନରେ କଲେଜ ଅଧକ୍ଷ ଭୋଳାନାଥ କର୍ମୀ ଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟପକ ଦେବାଶିଷ ପଧାନ ସଭା ର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଏହି ସଭା ରେ ସଞ୍ଜୟ କୁମାର ମେଣ୍ଡିଲି, ମିତା ପଧାନ ନିଜ ନିଜର ମତା ମତ ପ୍ରଦାନ କରିଥିଲେ। ଅଧ୍ୟାପିକା ପ୍ରଜ୍ଞା କଳ୍ପିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତା କୃତ୍ୟକାର୍ଯ୍ୟ ହୋଇଥିଵା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଦିଲୀପ କୁମାର ମେହେର, ଗୋପାଳ ଭୋଇ ଶମ୍ଭୁ ପ୍ରସାଦ ସାହୁ ଓ ହରିହର ସାହୁ ସହଯୋଗ କରିଥିଲେ।