-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
26-Oct-2024
ବଲାଙ୍ଗୀର: ଆସନ୍ତା ନଭେମ୍ବର ୧ ତାରିଖ ଅନୁଷ୍ଠିତ ହେବାକୁ ଥିବା ବଲାଙ୍ଗୀର ଦିନ ଅବସରରେ ପାକ୍ଷିକ ଖବରକାଗଜ 'ତକ୍ଷକ' ଆୟୋଜନରେ ଆର୍ଟ ଏଣ୍ଡ କ୍ରାଫ୍ଟ' ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବଲାଙ୍ଗୀର ସରକାରୀ ଟାଉନ ବାଳିକା ଉଚ୍ଚବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀ ମାନେ ତାଙ୍କ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଦର୍ଶନ
କରିଥିଲେ । ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଚିତ୍ରଶିଳ୍ପୀ ବାସୁଦେବ ମେହେର, ଦିଲୀପ ସିଂଦେଓ ଶିକ୍ଷୟିତ୍ରୀ ହିମାନୀ ତ୍ରୀପାଠୀ ରହିଥିବା ବେଳେ ମୁଖ୍ୟ ଅତିଥି ଭବରେ ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମିଶ୍ର ମଞ୍ଚାସୀନ ରହି ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ଯରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟତମ ଅତିଥି ଭାବରେ ଅବସରପ୍ରାପ୍ତ ଖେଳ ଶିକ୍ଷୟିତ୍ରୀ କସ୍ତୁରୀ ରଥ, ଶିକ୍ଷୟିତ୍ରୀ ହିମାନୀ ତ୍ରିପାଠୀ ମଞ୍ଚାସୀନ ଥିଲେ l
କାର୍ଯ୍ୟକ୍ରମକୁ ବଲାଙ୍ଗୀର ଦିନ ଆୟୋଜକ କମିଟିର ରଘୁ ନନ୍ଦନ ସିଂହ ସଂଯୋଜନା କରିଥିବା ବେଳେ ନୂତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ନଭେମ୍ବର ୧ ତାରିଖରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଆୟୋଯିତ ହେବାକୁ ଥିବା ବଲାଙ୍ଗୀର ଦିନ ରେ ପୁରସ୍କୃତ କରାଯିବ ବୋଲି ତକ୍ଷକ ର ସମ୍ପାଦକ ବିଶ୍ଵମୟ ପୁଝାରୀ ସୂଚନା ଦେଇଛନ୍ତି