-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
26-Oct-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଶନିବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜକ ପଣ୍ଡିତ ସଚ୍ଚିଦାନନ୍ଦ ପଣ୍ଡା ଓ ସଦାନନ୍ଦ ପଣ୍ଡା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ପୂର୍ଣ୍ଣାହୁତିର ହୋମଯଜ୍ଞ କରିଥିଲେ। ଏଥିରେ ପୂଜା କମିଟିର ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ ଓ ଧର୍ମପତ୍ନୀ ସାରଲା ପାଣିଗ୍ରାହୀ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। କମିଟିର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ମା ଗଜଲକ୍ଷ୍ମୀ ଙ୍କୁ ପୂର୍ଣ୍ଣାହୁତି ଦେଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ସେବନ କରିଥିଲେ । ପରେ ମାଁ' ଗଜଲକ୍ଷ୍ମୀ ଙ୍କ ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲଡି, ଘଣ୍ଟବାଦ୍ୟ,ଡିଜେ,ଦୁଲଦୁଲି ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରାଯାଇଥିଲା। ଅପରାହ୍ନରେ ନିକଟସ୍ଥ ହରିହର ଯୋର ଠାରେ ମାଁ ଗଜଲକ୍ଷ୍ମୀ ଙ୍କୁ ବିସର୍ଜନ କରାଯାଇଥିଲା।
ଏଥିରେ ପୂଜା କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ଉପସଭାପତି ଧନଞ୍ଜୟ ସାହୁ, ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ, କୁଶ କୁମାର ସାହୁ, ପ୍ରମାନନ୍ଦ ଜଟି, ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି ,ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ଭଷାଣୀ ଉତ୍ସବ ନେତୃତ୍ଵ ନେଇଥିବା ବେଳେ ସମସ୍ତ ସଦସ୍ୟ ଭଷାଣୀ ଶୋଭାଯାତ୍ରା ସାମିଲ ହୋଇଥିଲେ।