-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2024
(ମିହିର ଶଙ୍କର ପାତ୍ର,)
ଡାବୁଗାଁ କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଉନ୍ନୟନ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଉନ୍ନୟନ କମିଟିର ସଭାପତି ତଥା ଡାବୁଗାଁ ତହସିଲଦାର ହରି ଅମ୍ ଭୋଇ, ସଂପାଦକ ଦେବରାଜ ପାତ୍ର, ଉପ ସଭାନେତ୍ରୀ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, କୋଷାଧ୍ୟକ୍ଷ ଜି ସାଇ ରାଜୁ, ସୁରେନ୍ଦ୍ର ମିଶ୍ର, ଆଇନଜୀବୀ ଜୟନ୍ତ କୁମାର ପାତ୍ର, ଗୁପ୍ତ ବିଷୟୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ଭଗବାନ ମହାନ୍ତି, ପୁର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଭାଗୀରଥି ମାଝି, ପଦ୍ମ ଚରଣ ମାଝି, ସପନ ମାଝୀ, ଏମ୍ ମୁନା, ଯୁଧିଷ୍ଠିର ପୂଜାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବୈଠକକୁ ପରିଚାଳନା କହିଥିଲେ କେଲିଆ ମନ୍ଦିର ଉନ୍ନୟନ କମିଟିର ସଂପାଦକ ଦେବରାଜ ପାତ୍ର। ଶାନ୍ତି ଶୃଙ୍ଖଳାରେ କିଭଳି କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେବ ଏହା ଉପରେ ବ୍ୟାପକ ଭାବେ ଆଲୋଚନା ହୋଇଥିଲା।