-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ସହର ସର୍ବ ପ୍ରାଚୀନ ସରକାରୀ ବାଳକ ଉ.ପ୍ରା, ବିଦ୍ୟାଳୟ ରେ ଶିକ୍ଷକ୍ ଅଭାବ ନେଇ ଅଞ୍ଚଳ ବାସୀ ସ୍କୁଲ କୁ ତାଲା ପକାଇଥିଲେ। ଅତିରିକ୍ତ ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପଣ୍ଡା ଆସି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ପରେ ସ୍କୁଲ ଖୋଲିଲେ ଅଭିଭାବକ। ୧୮୭୫ ରେ ସର୍ବ ପ୍ରାଚୀନ ସରକାରୀ ବାଳକ ଉ.ପ୍ରା, ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ସ୍କୁଲ ରେ ୮୫ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ରେ ୪ ଜଣ ଶିକ୍ଷୟତ୍ରୀ ରହିଥିବା ବେଳେ ୨ ଜଣ ଡେପୁଟେଶନରେ ଆସିଛନ୍ତି। ନିୟମିତ ଶିକ୍ଷକ ପ୍ରଦାନ ଦାବୀ ରେ ସ୍କୁଲ ରେ ତାଲା ପଡ଼ିଥିବା ବେଳେ ଆସନ୍ତା କାଲି ୨ ଜଣ ଶିକ୍ଷକ ପ୍ରଦାନ କରାଯିବ ପ୍ରତିଶୃତି ଦେବା ପରେ ସ୍କୁଲ ର ତାଲା ଖୋଲିଲେ ଅଭିଭାବକ।