ଆଉ କେବେ ବଦଳିବ ଅତାବିରା ରେଳ ଷ୍ଟେସନ ଟିକେଟ କାଉଣ୍ଟର ନକ୍ସା
24-Oct-2024
ଅତାବିରା (ଆକାଶ ମିଶ୍ର): ତଥା ଦେଶର ସମସ୍ତ ରେଳ ଷ୍ଟେସନ ର ନକ୍ସା ବଦଳି ଯାଇଛି ହେଲେ ବଦଳି ପାରିନି ଅତାବିରା ରେଳ ଷ୍ଟେସନ ର ଫଟା ଦଦରା ଟିକେଟ କାଉଣ୍ଟର । ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ଙ୍କ ମଧରେ ଅସନ୍ତୋଷ ବୃଦ୍ଧି ପାଉଛି। କାହିଁ କେତେ ଦିନରୁ ୨-୪-୨୦୦୯ ମସିହାରେ ନିର୍ମାଣ ହୋଇଥିଲା ୟୁ ଟି ଏସ ଟିକେଟ କାଉଣ୍ଟର ଓ ୧୬/୪/୨୦୧୦ ମସିହାରେ ଆରମ୍ଭ ହେଲା ନିର୍ମାଣ ସଂରକ୍ଷିତ ଟିକଟ କାଉଣ୍ଟର । କିନ୍ତୁ ଉଭୟ ପାଇଁ ଗୋଟିଏ ମାତ୍ର ରାସ୍ତା । ଫଳରେ ଜଣେ ସଂରକ୍ଷିତ ଟିକଟ କାଟୁଥିବା ବେଳେ ଅନ୍ୟ ଜଣେ ଅଣସଂରକ୍ଷିତ ଟିକଟ ପାଇଁ ଅନେକ ସମୟ ଅପେକ୍ଷା କରିବାକୁ ପଡୁଛି । ଯଦି ଜଣକର ଅତି ସିଘ୍ରତା ରହୁଛି ଓ ସାଧାରଣ ଟିକଟ ଖଣ୍ଡିଏ କାଟିବାକୁ ଯାଉଛି , ବେଳେ ବେଳେ ସେ ଟିକଟ ପାଇବାରୁ ବିଳମ୍ବ ହେତୁ ନିର୍ଦ୍ଧାରିତ ରେକ ଟି ମଧ୍ୟ ଚାଲିଯାଉଛି ଏବଂ ଯାତ୍ରୀ କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସାମ୍ପ୍ରତିକ ଡିଜିଟାଲ ଦୁନିଆଁରେ ଛୋଟିଆ ପାନ ଦୋକାନ ଟାରେ ମଧ୍ୟ ସି ସି କ୍ୟାମେରା ଲାଗୁଛି ସୁରକ୍ଷା ଦୃଷ୍ଟି ରୁ କିନ୍ତୁ ,ପରିତାପ ର ବିଷୟ ଯେ ଏହି ଷ୍ଟେସନ ରେ ବାହାରେ କି ଭିତରେ ,ଅଥବା କାଉଣ୍ଟର ପାଖରେ ମଧ୍ୟ ସି ସି କ୍ୟାମେରା ଟିଏ ଲାଗିନି । କର୍ମଚାରୀ ସାଙ୍ଗକୁ ଯାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ବିପଦ ପ୍ରତି ମୁହୂର୍ତ୍ତରେ ଉଙ୍କି ମାରୁଛି । ଚୋରି ଡକାୟତି ବୃଦ୍ଧି ପାଉଥିବା ବେଳେ କାଉଣ୍ଟର ରେ ସି ସି କ୍ୟାମେରା ନ ଥିବା ଯୋଗୁ ଯାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ରାତିରେ ଜଣେ ଟ୍ରେନ ରେ ଯିବା ପାଇଁ କିମ୍ବା ଟ୍ରେନ ରୁ ଓହ୍ଲାଇଲେ ପ୍ରଥମେ ନିଜ ସୁରକ୍ଷା ପ୍ରତି ଅଧିକ ସଜାଗ ହେବାକୁ ପଡ଼ିଥାଏ , କାରଣ ଏହି ଷ୍ଟେସନ ଟି ସନ୍ଧ୍ୟା ହେବା ମାତ୍ରେ , ନିଶାଗ୍ରସ୍ତ ବ୍ୟକ୍ତି ଙ୍କ ଆଡ୍ଡାସ୍ଥଳୀ ପଲଟିଯୌଚି ଦିନକୁ ଦିନ । ଏହା ବ୍ୟତୀତ ଏହି ଷ୍ଟେସନ ରେ ପଚରା ଉଚୁରା କରିବା ବା କିଛି ବୁଝିବା ପାଇଁ ଇନକ୍ୱାରି କାଉଣ୍ଟର ଟିଏ ମଧ୍ୟ ନାହିଁ।ଏହି ଷ୍ଟେସନ ରୁ ମାତ୍ର ୩୦ କି ମି ଦୂରରେ ରହିଛି ଡିଭିଜନାଲ ରେଲୱେ ମ୍ୟାନେଜର ଙ୍କ କାର୍ଯ୍ୟାଳୟ। ମଝି ମଝିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମାନେ ଆସି ବୁଲି ଦେଖି ଚାଲିଯାଆନ୍ତି ।କିନ୍ତୁ କାହାରି ନଜରରେ ଆସି ପାରେନି ରହିଥିବା ସମସ୍ୟା । ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ମଧ୍ୟ ଏହାର ନକ୍ସା ଯଥା ପୂର୍ବାହ୍ନ ତଥା ପରମ ।ତେବେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ରେ ରହିଥିବା ଯୋଜନା ଗୁଡ଼ିକ ଅତାବିରା ଷ୍ଟେସନ ପ୍ରତି ବାଟବଣା ହେଲା ପରି ମନେ ହୁଏ। ତେବେ ଆଉ କେଉଁ ସରକାର ଆସିଲେ ଏହି ଷ୍ଟେସନ ର ଦୁର୍ଦ୍ଦଶା ହଟିବ ତାରି ଅପେକ୍ଷାରେ ଅଞ୍ଚଳର ଜନସାଧାରଣ ? ତେବେ ଦେଖାଯାଉ କେବେ ବଦଳୁଛି ଅତାବିରା ରେଳ ଷ୍ଟେସନ ,କାଉଣ୍ଟର ର ନକ୍ସା !