-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
24-Oct-2024
ନବରଙ୍ଗପୁର:-(ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶିଶୁ ଅନୁକୂଳ ପଞ୍ଚାୟତ ଗଠନ ନେଇ ଏକ ଦିବାସୀୟ ତାଲିମ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଓ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ସଦାନନ୍ଦ ନାୟକ ଯୋଗ ଦେଇ ତାଲିମ ଶିବିରକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ | ଏଥିରେ କିପରି ଶିଶୁ ଅନୁକୂଳ ପଞ୍ଚାୟତ ଗଠନ କରାଯିବ ଓ ଏଥିରେ ପଞ୍ଚାୟତ ସ୍ତରରେ କାହାର କେଉଁ ଭୂମିକା ରହିଛି ସେ ନେଇ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ସିଡିପିଓ ମିନତୀ ଦାଶ, ଏବିଡିଓ ପଦ୍ମନାଭ ତ୍ରିପାଠୀ ଓ ଜନ ସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ବ୍ଲକ ର ସମସ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଇଓ, ୧୦ ଜଣ ଅଙ୍ଗନୱାଡି କର୍ମୀ, ୧୦ ଜଣ ଆଶା କର୍ମୀ, ୫ ଜଣ ଏମବିକେ ମାନଙ୍କୁ ମିଶାଇ ମୋଟ ୫୦ ଜଣ ତାଲିମ ନେଇଥିଲେ | ଏହି ତାଲିମ କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଡାଟା ଏଣ୍ଟ୍ରି ଅପରେଟର ପରମା ପନକା ପ୍ରମୁଖ ପରିଚାଳନା କରିଥିଲେ |