-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2024
ଲୋଇସିଂହା, ଲୋଇସିଂହା, (ବିନୋଦ ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମର ଜଣେ ଛେଲିଆପାଟ ସେବା ସଂଗଠନ ର ସଦସ୍ୟ ରାଜୁ ପାତ୍ର ବର୍ତମାନ ସେ ଉଧମପୁର ରେ ସୀମା ସୁରକ୍ଷା ବଳ ତାଲିମ ସାରି କାଶ୍ମୀର ରେ ଭାରତୀୟ ସେନା ତଥା ମାତୃଭୂମି ର ସେବା କରିବା ପାଇଁ ଯାଉଛନ୍ତି l ସେ ଦୀର୍ଘ ୧ ବର୍ଷ ପରେ ତାଲିମ ସାରି ଆଜି ନିଜ ଗ୍ରାମକୁ ଫେରୁଛନ୍ତି, ତେଣୁ ରାଜୁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଛେଲିଆପାଟ ସେବା ସଂଗଠନ ର ସଦସ୍ୟ ମାନଙ୍କ ସହ ଯୁବ ସମାଜସେବୀ ରାଜୀବଲୋଚନ ଭୋଇ, ସମାଜସେବୀ ସରୋଜ ମହାକୁର ଫୁଲମାଳ ଦେଇ ସୁ ସ୍ୱାଗତ କରିଥିଲେ l ପ୍ରଥମେ ରାଜୁ ଲୋଇସିଂହା ରେଲୱେ ଷ୍ଟେସନ ରେ ପହଂଚିବା ପରେ ଫୁଲମାଳ ସହ ଫୋଟକା ଫୁଟାଇ ସ୍ୱାଗତ କରାଗଲା l
ପରେ ବାଇକ ରେଲି ମାଧ୍ୟମରେ ଦେଶାତ୍ମକ ଗାନ ଧ୍ୱନି ରେ ଷ୍ଟେସନ ରୁ ଲୋଇସିଂହା ଚାରିଛକ ଦେଇ ଭରସୁଜା କୁ ପହଂଚିଥିଲେ l ଭରସୁଜା ଗ୍ରାମର ଆବାଳ ବୃଦ୍ଧବନିତା ସହ ପରିବାର ବର୍ଗ ଫୁଲମାଲ ଦେଇ ସ୍ୱାଗତ ସମର୍ଦ୍ଧନା କଲେ l ରାଜୁ ସାଧାରଣ ପରିବାରରୁ ବାହାରି ଆଜି ଦେଶ ସେବାରେ ନିୟୋଜିତ ହେବାରୁ ପରିବାର ସମେତ ଛେଲିଆପାଟ ସଂଗଠନ ସହ ଏ ଅଂଚଳ ରେ ଖୁସି ର ଲହରୀ ଖେଳିଯାଇଛି l