-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ପାଟଣାଗଡ଼ (ଗୋରେଖନାଥ ବରିହା) ସୋନପୁର ଜିଲ୍ଲା ବିନିକା ବ୍ଳକ ଚରଦା ଗାଁ ର କୋଶଳ ସଂଗ୍ରାମୀ ଯୁବ ପ୍ରତିଭା ସମାଜସେବୀ ଆଲୋକ ବାଗଙ୍କ ବିୟୋଗରେ ସମଗ୍ର କୋଶଳାଞ୍ଚଲରେ ଶୋକର ଛାୟା ଖେଳିଯାଇଛି। ଗତକାଲି ବେଲପଡା ବ୍ଳକ ଜଲିଆ ଗାଁ ର ଶତାଧିକ କୋଶଳପ୍ରେମୀ ସ୍ବର୍ଗତ ସଂଗ୍ରାମୀ ଆଲୋକ ବାଗଙ୍କ ଅମର ଆତ୍ମାର ସତଗତି ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା ସହିତ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗାଁ କମ୍ୟୁନିଷ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ଶୋକସଭା ରେ ସମସ୍ତେ ଏକତ୍ରିତ ମହାନ୍ କୋଶଳ ସଂଗ୍ରାମୀ ଆଲୋକ ବାଗ ଅମର ରହେ ଧ୍ବନିରେ ସମଗ୍ର ଜଲିଆ ଗାଁ କମ୍ପିତ ହୋଇଉଠିଥିଲା । ଜଲିଆ କୋଶଳ କମିଟି ର ସଭାପତି ଲଲିତ ମୋହନ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭା ରେ ସିପୁନ ଖମାରି , ପିଣ୍ଟୁ ବୁଡେକ , ଅଜିତ୍ ସାହୁ ,ରତନବରିହା , ଗୋବିନ୍ଦ ମଲିକ , ବନମାଳୀ ନାଏକ , ବିକାଶ ଦେଓ , ଗୋବିନ୍ଦ ଦେଓ, ଭୁର୍ଷି ବରିହା, ଠଣସୁନ୍ଦର ବରିହା ପ୍ରମୁଖ ଉପସ୍ଥିତ ରହି ସଂଗ୍ରାମୀ ଆଲୋକ ବାଗଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏଥିରେ ଗ୍ରାମ ର ଶତାଧିକ ଯୁବକ ସାମିଲ ହୋଇଥିଲେ ।