-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ସମ୍ବଲପୁର(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ଧାନବାଦ ଏଲେପି ଟ୍ରେନ୍ ରହଣି ଦାବିରେ ସମ୍ବଲପୁର ରେଳମଣ୍ଡଳ ଡିଆର୍ଏମ ଙ୍କୁ ଭେଟିଛି ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟି I କରୋନା ମହାମାରୀ ଯୋଗୁଁ ସମସ୍ତ ଟ୍ରେନ ବାତିଲ ଥୁଲା । ଏବେ ରେଳ ବିଭାଗ କିଛି ଟ୍ରେନ୍ ପୁଣି ଆରମ୍ଭ କରିଛି । ପୂର୍ବତଟ ରେଳବାଇ ପକ୍ଷରୁ ଆରମ୍ଭ କରାଯାଇଥିବା କିଛି ଟ୍ରେନ୍ ମଧ୍ୟରୁ ଧାନବାଦ-ଏଲେପି ଟ୍ରେନ୍ ଅନ୍ୟତମ । ତେବେ ପୁନଃ ଚାଲିବା ପରେ ଏହି ଟ୍ରେନ୍ ରେଙ୍ଗାଲି ରେ ରହୁନଥିବାରୁ ସାଧାରଣରେ ଅସେନ୍ତାଷ ବ୍ୟକ୍ତ ହୋଇଛି । କମିଟିର ଆବାହକ ଅନ୍ତର୍ଯ୍ୟାମୀ ପାଣିଙ୍କ ନେତୃତ୍ବରେ ଅଶୋକ ଗୁରୁ, ମୋତିଲାଲ ତନ୍ତୀ, ସଲିମ ଖାଁ, ରାଜୀବ ମିଶ୍ର, ଦୁର୍ଯ୍ୟୋଧନ ଗରଡ଼ିଆ, ସନ୍ଦୀପ ଶର୍ମା, ନାରାୟଣ ଶର୍ମା, ଚମ୍ପେଶ୍ଵର ଲାଲ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ବିଶ୍ୱନାଥ ଅଗ୍ରୱାଲ, ପ୍ରମୁଖ ଡିଆର୍ଏମ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୮ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ରେଙ୍ଗାଲି ବନ୍ଦ କରିବା ସହ ରେଳରୋକ କରାଯିବ ବୋଲି ଚେତାବନୀ ଦିଆଯାଇଛି I