-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସମ୍ବଲପୁର ମୁଖ୍ୟ ରାସ୍ତାର ଉଲୁଣ୍ଡା ଉଦେପଦର ଛକ ଠାରେ ବନବିଭାଗ ଚଢାଉ କରି ପିକପକ୍ ଓ କୋଇଲା ବୋଝେଇ ଗାଡ଼ି ଜବତ ସହ କରି ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ ଚାପଧାରି ତାଣ୍ଡି , ନବୀନ ଗଡତିଆ ଏବଂ ଗୋପାଳ ଚନ୍ଦ୍ର ସାହୁ l ସୂଚନା ଅନୁସାରେ ସମ୍ବଲପୁର ପଟରୁ ଏକ ଗାଡ଼ିରେ କୋଇଲା ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଉଦେପଦର ଛକ ଠାରେ ଚଢାଉ କରି ପିକପ ସହ 50ବସ୍ତା କୋଇଲା ଜବତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ l ସେହିପରି ଝାରବାହାଲି ଛକରେ ବନବିଭାଗ ଚଢାଉ କରି ଶାଳ କାଠ ବୋଝେଇ ଗାଡ଼ି ସହ ଏସକଟରେ ଆସୁଥିବା ଗୋଟିଏ ବାଇକ ମଧ୍ୟ ଜବତ କରିଛି l ଏହି ଘଟଣାରେ ଚାରିଜଣ ଅଭିଯୁକ୍ତକୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ ପ୍ରଦୀପ ଦେବତା, ମଙ୍ଗଳ ସେଠୀ, ମିଥୁନ ମୁଣ୍ଡା ଏବଂ ଯୁଗିନ୍ଦ୍ର ମେହେର l ସୂଚନା ଅନୁସାରେ ଶାଳ କାଠ ଚୋରା ଚାଳନା ହେଉଥିବା ଖବର ପାଇଁ ଝାରବାହାଲି ଛକ ଠାରେ ବନବିଭାଗ ଟିମ ଚଢ଼ଉ କରିଥିଲେ l ଚଢାଉ ସମୟରେ ସେଠାରୁ 35ଖଣ୍ଡ ସାଳ କାଠ ଏବଂ ଗୋଟିଏ ବାଇକ୍ ଜବତ କରି ଚାରି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ l ସେହିପରି ବଘାରମୁଣ୍ଡା ଦଳ ଟାଙ୍ଗର ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଚଢାଉ କରି 15ଖଣ୍ଡ ସାଇଜ କାଠ, 5ଖଣ୍ଡ ଶାଳ ଗଣ୍ଡୀ, ଗୋଟିଏ କରତ ଏବଂ ଗୋଟିଏ ବାଇକ୍ ଜବତ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଥିଲେ l ଗିରଫ ଅଭିଯୁକ୍ତ ମାନେ ପିତାମ୍ବର ମୁଣ୍ଡା ଏବଂ ମିଞ୍ଜୁ ଲବଣୀ l ଏହି ଚଢ଼ାଉରେ ରେଞ୍ଜର ସଞ୍ଜୀବ ରାଉତ , ବନପାଲ କୃତିବାସ ଶେଠ, ବନପାଲ ଗୋପାଳ ପଣ୍ଡା , ବନରକ୍ଷୀ ଚୌଦୁରୀ ଦଳପତି, ପ୍ରଜ୍ଞା ମହଲା, ପ୍ରବୀଣ ରଥଙ୍କ ସମେତ ସ୍କ୍ୱାର୍ଡ ଟିମ ସାମିଲ ହୋଇଥିଲେ l ଏନେଇ ବନବିଭାଗ ପକ୍ଷରୁ ତିନୋଟି ମାମଲା ରୁଜୁ କରି ସଂପୃକ୍ତ ନଅ ଜଣ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି l