-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜଣେ ହିତାଧିକାରୀଙ୍କ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଆକାଉଣ୍ଟରୁ ଟଙ୍କା ଗାଏବ ହେବା ପରେ ହିତାଧିକାରୀ ଜଣଙ୍କ ଚିନ୍ତାରେ ପଡ଼ିଛନ୍ତି।ସୂଚନା ଅନୁଯାୟୀ:-ମୈଦଲପୁର ପଞ୍ଚାୟତ ଜବାଗୁଡ଼ା ଗ୍ରାମର ମୂଳାବତୀ ଜାନି ମଇଦଳପୁର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜମା ଖାତା ଖୋଲିଛନ୍ତି। ସୁଭଦ୍ରା ଯୋଜନା
ମେସେଜ ପାଇବା ପରେ ମୂଳାବତୀ ଏହି ଟଙ୍କାକୁ ଭଲ କାମରେ ବିନିଯୋଗ କରିବା ପାଇଁ ଭାବିଥିଲେ | ଟଙ୍କା ଦରକାର ପଡ଼ିବାରୁ ସେ ମୈଦଲପୁର ଉତ୍କଳ ଗ୍ରାମୀଣ ବ୍ୟାଙ୍କଙ୍କୁ ଟଙ୍କା ଉଠାଇବାକୁ ଯାଇଥିଲେ। ଟଙ୍କା ଉଠାଇବା ଆବେଦନ କରିବା ପରେ ବ୍ୟାଙ୍କ କର୍ମଚାରୀ ପାସ୍ବୁକ ଦେଖିବା ଓ ଯାଞ୍ଚ କରିବା ପରେ ଆକାଉଣ୍ଟରେ ଟଙ୍କା ନଥିବା କହିଥିଲେ। ଗତ ଅକ୍ଟୋବର ୯ ତାରିଖରେ ୪ ହଜାର ଏବଂ ୧୧ ତାରିଖରେ ୧୦୦୦ ଟଙ୍କା ମୂଳାବତୀଙ୍କ ଆକାଉଣ୍ଟରୁ ଉଠାଯାଇଥିବା ଜଣାପଡ଼ିଥିଲା। ମୂଳାବତୀଙ୍କ ଏହି ଟଙ୍କା ଅତି ଆବଶକ ଥିବା ବେଳେ ଆକାଉଣ୍ଟରୁ ଟଙ୍କା ଗାଏବ ହେବା ପରେ ସେ ଚିନ୍ତାରେ ପଡ଼ିଛନ୍ତ ତଦନ୍ତ କରାଯାଇ ଟଙ୍କା ଫେରାଇବା ପାଇଁ ଗରିବ ଶ୍ରେଣୀର ମୂଳାବତୀ ଦାବି କରିଛନ୍ତି। ଏହା ଖାଲି ପାପଡାହାଣ୍ଡି ଅଂଚଳର ସମସ୍ୟା ନୁହଁ ଏଭଳି ପରିସ୍ଥିତି ଡାବୁଗାଁ ବ୍ଲକ ସହ ସମ୍ପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲାରେ। ଜିଲ୍ଲା ପ୍ରଶାସନ ଏଥିପ୍ରତ ଧ୍ୟାନ ଦେବାର ବିଶେଷ ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାହୋଲ ରେ ଆଲଚନା ହେଉଛି।