ବୌଦ୍ଧ ପୋଲିସ ପକ୍ଷରୁ ୨୮୫କେଜି ଗଞ୍ଜେଇ ଜବତ ଦୁଇ ଜଣ ଗିରଫ,
22-Oct-2024
ପିକପରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ
ବୌଦ୍ଧ ଥାନା ଅନ୍ତର୍ଗତ ପନିଖିମାଳ ଗ୍ରାମ ନିକଟରୁ ୨୮୫କେଜି ଗଞ୍ଜେଇ ଜବତ । ଦୁଇ ଜଣ ଅଭିଯୁକ୍ତ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ କଳାପଥର ଗ୍ରାମର ସୌମିତ୍ରୀ ପ୍ରଧାନ ଓ ତିଲପଙ୍ଗା ଗ୍ରାମର ଯଶୋବମନ୍ତ ବେହେରା । ସୂଚନା ମୁତାବକ ଏକ ବୋଲେରୋ ପିକପ ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ ମୁନି ଙ୍କୁ ବିଶେଷ ସୂତ୍ର ରୁ ଖବର ମିଳିଥିଲା । ଖବର ପାଇ ଥାନା ଅଧିକାରୀ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ରେ ବୌଦ୍ଧ ଥାନା ଅନ୍ତର୍ଗତ ପନିଖିମାଳ ଗ୍ରାମ ନିକଟରୁ ୨୮୫କେଜି ଗଞ୍ଜେଇ ସହ ଏକ ପିକପ ଭ୍ୟାନ ଜବତ ଓ ଦୁଇଜଣ ଅଭିଯୁକ୍ତ କୁ ରଙ୍ଗେହାତ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତ ଦୁଇଜଣ ହେଲେ କଳାପଥର ଗ୍ରାମର ସୌମିତ୍ରୀ ପ୍ରଧାନ ଓ ତିଲପଙ୍ଗା ଗ୍ରାମର ଯଶୋବମନ୍ତ ବେହେରା । ବୌଦ୍ଧ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଆଜି ଗଞ୍ଜେଇ ମାଫିଆ ଙ୍କୁ କୋର୍ଟ ଚାଲାଣ କରିଛି ।
(ବୌଦ୍ଧ ଜିଲ୍ଲା ହରଭଙ୍ଗାରୁ ଦେବବ୍ରତ ଦାସଙ୍କ ରିପୋର୍ଟ)