-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ର ସୁନା ଝିଅ ଦିପ୍ତୀମୟୀ ପାଣିଗ୍ରାହୀ ଓ ଏ ଏସ ପରିକ୍ଷା ରେ ସଫଳତା ହାସଲ କରି ସୁନାମ ଅର୍ଜନ କରିଛନ୍ତି । ଲଡୁଗାଁ ର ଟେକା ପାଣିଗ୍ରାହୀ ଏବଂ ଯୋଗୀତା ପାଣିଗ୍ରାହୀ ଙ୍କ କୋଲରେ ଜନ୍ମଲାଭ କରିଥିବା ସୁ କନ୍ୟା ଦିପ୍ତିମୟୀ ଓଏଏସ ପରୀକ୍ଷାରେ ୫୧୮ରେଙ୍କ ରେ ସଫଳତା ହାସଲ କରି ବାପା ମାଁ ଙ୍କ ସ୍ଵପ୍ନକୁ ସାକାର କରିବା ସହ ପରିବାର ମଧ୍ୟରେ ଆଲୋକର ଏକ ଉଜ୍ଜ୍ୱଳ ଦୀପଶିଖା ସାଜି ପାରିଛନ୍ତି । ତା ସାଙ୍ଗକୁ ମହିଲା ସମାଜ ପାଇଁ ଏକ ପ୍ରେରଣାଦାୟୀ ହେବା ସହ ଅନୁସୁଚିତ ସମାଜ ପାଇଁ ମଧ୍ୟ ଏକ ଗର୍ବ ଏବଂ ଗୈାରବ ଆଣି ଦେଇଛନ୍ତି। ତାଙ୍କ ସଫଳତା ପରେ
ସୋସିଆଲ ମିଡିଆରେ ଏବଂ ନିଜ ଗାଁ ବାସ ଭବନରେ ଅନେକ ଶୁଭେଚ୍ଛା ର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଦିପ୍ତିମୟୀ ଜଣେ ମଧ୍ୟବିତ୍ତ ଗରୀବ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ସେ ପାଠ ପ୍ରତି ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ସେ ନବରଙ୍ଗପୁର ବାପୁଜୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପାସ କଲା ପରେ ଭବାନୀପାଟଣା ସାସ୍ତ୍ରୀଜୀ ମହିଲା ବିଦ୍ୟା ନିକେତନରେ ଯୁକ୍ତଦୁଇ ସାରି ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ଠାରେ ଗ୍ରାଜୁଏସନ କରିଥିଲେ । ପରେ ସେ ସମ୍ବଲପୁର ୟୁନିଭରସିଟି ବୁର୍ଲା ଠାରେ ଏମ୍ ଏସ୍ ସି , ଫିଜିକ୍ସ ହାସଲ କରିଥିଲେ । ପରେ ପରେ ସେ କଳାହାଣ୍ଡି ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ଠାରେ ପଦାର୍ଥ ବିଜ୍ଞାନ ର ଅତିଥି ଅଧ୍ୟାପିକା ଭାବରେ ମଧ୍ୟ କାର୍ଯ୍ୟ କରି ଥିଲେ ।
ପରେ ପରେ ସେ ନିଜ ମନୋବଳକୂ ଦୃଢ କରିବା ସହ ଆଇ ଏ ଏସ୍ ପାଇବା ପାଇଁ ବିଶେଷ ଧ୍ୟାନ ଦେଇ ପଢି ଆସୁଥିଲେ । ପ୍ରଥମ ଥର ପାଇଁ ଓ ଏ ଏସ ପରିଖ୍ୟା ଦେଇ ଆଜି ସେ ସଫଳତାର ଶିର୍ଶ ପାହାଚରେ ପହଞ୍ଚି ପାରିଛନ୍ତି । ମାଁ ବାପା ଙ୍କ ଆଶା ଏବଂ ଦୃଢ଼ ବିଶ୍ଵାସ କୁ ପୁରଣ କରିବା ସହ ମୋର ସ୍ୱପ୍ନ ଆଜି ସାକାର ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ,ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇ ସଦାଚେଷ୍ଟା ଜାରି ରଖିବି ବୋଲି କହିଛନ୍ତି।