-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଳକରେ ଗତ ସପ୍ତାହରେ ପରିବା ଦର ସ୍ଥିର ଥିବା ବେଳେ କାର୍ତ୍ତିକ ମାସ ଆରମ୍ଭରୁ ଦର ଆକାଶଛୁଆଁ ହୋଇଛି। ବିଶେଷ କରି କାର୍ତ୍ତିକ ମାସରେ ବହୁ ଲୋକ ଆମିଷ ଖାଉନଥିବା ବେଳେ ବ୍ୟବସାୟୀମାନେ ଏହାର ସୁଯୋଗ ନେଇ ପରିବା ଦର ବୃଦ୍ଧି କରୁଥିବା ଅଭିଯୋଗ ହେଉଛି। ଫଳରେ ଖାଉଟିମାନେ ଅଧିକ ଟଙ୍କା ଦେଇ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ତରଫରୁ ପରିବା ଦର ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ଆଜି ଡାବୁଗାଁ ଅଂଚଳରେ ଟମାଟୋ କିଲୋ ୮୦ ଟଙ୍କା ଥିବାବେଳେ ଫୁଲକୋବି ୮୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, ପତ୍ରକୋବି ୬୦ ଟଙ୍କା, ଝଟା ୮୦ ଟଙ୍କା, କଲରା ୬୦ ଟଙ୍କା, ବିନ୍ସ ୮୦ ଟଙ୍କା, ଆଳୁ ୩୦ ଟଙ୍କା, ମୂଳା ବିଡ଼ା ୨୦ ଟଙ୍କା, ବାଇଗଣ ୬୦ ଟଙ୍କା, ପିଆଜ ୬୦ ଟଙ୍କା, ଶିମ୍ବ ୮୦ ଟଙ୍କା, ପୋଟଳ ୮୦ ଟଙ୍କା, କାକୁଡ଼ି କିଲୋ ୪୦ ଟଙ୍କାରେ ବିକ୍ରି ହୋଇଥିଲା। ଏଭଳି ଦର ଶୁଣିବା ପରେ ଖାଉଟିମାନେ ଅଳ୍ପ ପରିମାଣର ପରିବା ନେଇ ଯାଉଥିବା ଦେଖିବାକୁ ମିଳୁଛି। ପରିବା ଦର ନିୟନ୍ତ୍ରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଖାଉଟି ମହଲରେ ଦାବି ହୋଇଛି।