-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Oct-2024
ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ଦୁର୍ଗମ ଇଲାକା ଭାବେ ପରିଚିତ ସୁବର୍ଣ୍ଣଗିରି ପଞ୍ଚାୟତର ଆଜିକେରୀ ଗ୍ରାମର ସଞ୍ଜୀବ କୁମାର ରୁପାମାଝୀ ଓ.ଏ.ଏସ୍ ପରୀକ୍ଷାରେ ୫୬୨ତମ ସ୍ଥାନ ହାସଲ କରିକୃତକାର୍ଯ୍ୟ ହୋଇପାରିଛନ୍ତି | ନିଜ ଗ୍ରାମର ମୋବାଇଲ୍ ସେବା ପହଞ୍ଚି ନଥିବାରୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସେ ଖବର ଦେଇ ପାରିନାହାନ୍ତି ବୋଲି ସଞ୍ଜୀବ ଦୁଃଖର ସହିତ ପ୍ରକାଶ କରିଥିବା ଜଣାପଡିଛି । ଗତ ଦୁଇବର୍ଷ ହେଲା ଓ.ଏ.ଏସ୍ ପରୀକ୍ଷା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ପ୍ରଥମ ଉଦ୍ୟମରେ ସଫଳ ହୋଇଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସଞ୍ଜୀବ କୋଟଗଡ଼ ବ୍ଳକର ପ୍ରଥମ ଓ.ଏ.ଏସ୍ ପାସ୍ କରିଥିବା ଯୁବକ ବୋଲି ଜଣାପଡ଼ିଛି | ବାପା ଜିମେନ୍ଦ୍ର ରୁପାମାଝୀ ଓ ମାଆ କିମନ୍ତେ ରୁପାମାଝୀଙ୍କ ଦ୍ଵିତୀୟ ସନ୍ତାନ ସଂଜୀବ ରୁପମାଝି । ଆଜିକେରି ଗ୍ରାମରେ ସେହି ସମୟରେ ବିଦ୍ୟାଳୟ ନଥିବାରୁ କୋଟଗଡ଼ ବଜାର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ୫ମ ଶ୍ରେଣୀଯାଏଁ ପାଢ ପଢିବା ପରେ ସେ ଫୁଲବାଣୀ ନବଦୋୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ଠାରୁ ୧୦ମ ପର୍ଯ୍ୟନ୍ତ ପଢିଥିଲେ। ପରବର୍ତ୍ତି ସମୟରେ ସେ ରାଜଧାନୀ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ। ଆର୍ଥିକ ଅଭାବରୁ ସେ ଇଞ୍ଜିନିୟରି ପାଠ ସମାପ୍ତ ପରେ ଏକ ଘରୋଇ ସଂସ୍ଥାରେ ଚାକିରି କରିବାକୁ ଦିଲ୍ଲୀ ଯାଇଥିଲେ । କରୋନା କଟକଣା ଯୋଗୁଁ ନିଜ ଗ୍ରମାକୁ ହତାଶ ହୋଇ ଫେରିଥିଲେ ସଂଜୀବ ।ତଥାପି ନିଜର ମନୋବଳ ହରାଇନ ଥିଲେ ସଂଜୀବ ଓ ନିଜ ଗ୍ରାମରେ ରହି ଓଏଏସ ଏବଂ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୨୪ରେ ସେ ପୁଲିସ୍ ଏସ୍.ଆଇ ପରୀକ୍ଷାରେ କୃତିତ୍ବ ହୋଇ ବର୍ତ୍ତମାନ ତାଲିମ୍ ନେଉଥିବା ବେଳେ ଓଏଏଓ ପାଇଁ ପଢ଼ାପଢ଼ି ଜାରି ରଖୁଥିଲେ ବୋଲି ସଞ୍ଜୀବ କହିଛନ୍ତି । ସେ ଅତି ଖୁସିର ସହିତ କହିଛନ୍ତି, ନିଜର ଚେଷ୍ଟା ଓ ପରିଶ୍ରମ କେବେ ବିଫଳ ହୁଏନାହିଁ ବୋଲି ପ୍ରକାଶ କରିଥିଲେ ସଂଜୀବ ରୁପାମାଝୀ |