-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||     

HOME   ଜିଲ୍ଲା

ଗନ୍ଧମାର୍ଦ୍ଦନର ସୁରକ୍ଷା ସହ ଜାତୀୟ ସମ୍ପତ୍ତି ରୂପେ ଘୋଷଣା କରିବାକୁ ଦାବି

20-Oct-2024



ବଲାଙ୍ଗୀର(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲା ହରିଶଙ୍କର ଠାରେ ଅବସ୍ଥିତ ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତ କୋଶଳାଞ୍ଚଳର ଏକ ସାଂସ୍କୃତିକ ଧରୋହର ଅଟେ। ଏହା କୋଶଳଂଚଳର ଦର୍ଶନୀୟ ସର୍ବୋକୃଷ୍ଟ ପ୍ରାକୃତିକ ପୀଠସ୍ଥଳୀ ଅଟେ।ପ୍ରାକୃତିକ ମନୋରମରେ ଭରପୁର ମନଲୋଭାନୀୟା ତୀର୍ଥସ୍ଥଳୀ ତଥା ପଶ୍ଚିମ ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନ ଭାବରେ ପରିଗଣିତ।ଏହାଛଡା ଗନ୍ଧମାର୍ଦ୍ଦନରେ ପ୍ରାୟ ୨୯୦ ପ୍ରକାରର ଆୟୁର୍ବେଦ ଔଷଧୀୟ ବୃକ୍ଷ ଓ ଗୁଳ୍ମରାଜି ଥିବାର ବୈଜ୍ଞାନିକ ପ୍ରମାଣ ରହିଛି। ଅନେକ ପ୍ରକାରର ବିରଳ ପ୍ରଜାତିର ପଶୁପକ୍ଷୀ ଏହ ପାର୍ବତୀୟ ଅଂଚଳରେ ଦେଖାଯାନ୍ତି। ରାମାୟଣ ଯୁଗରେ ଏହି ପର୍ବତକୁ ବୀର ହନୁମାନ ଆଣିଥିଲେ ବୋଲି କିମ୍ବଦନ୍ତୀରୁ ଜଣାପଡେ। ଏହି ପର୍ବତରୁ ବିରଳ ବିଷଲ୍ୟକରଣୀ ନେଇ ପ୍ରଭୁ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ପ୍ରାଣରକ୍ଷା କରିବାର ଉପାଖ୍ୟାନ ରହିଛି। ଏହାଛଡା ମହାଭାରତ ଯୁଗରେ ଗୁରୁ ଦ୍ରୋଣାଚାର୍ଯ୍ୟ ଏହି ପର୍ବାତ୍ୟାଞ୍ଚଲରେ ତାଙ୍କର କିଛି ନିର୍ଦ୍ଦିଷ୍ଟ ଶିଷ୍ୟଙ୍କୁ ଅସ୍ତ୍ରଶିକ୍ଷା ଦେଇଥ‌ିବାର ଉପଖ୍ୟାନ ମଧ୍ଯ ଲିଖୁତ ରହିଛି। ଏହାଛଡା କୋସଲାଞ୍ଚଲର ୨କୋଟି ଅଧିବାସୀଙ୍କ ଧାର୍ମିକବିଶ୍ବାସର ଏକ ବୃହତ ପୀଠସ୍ଥଳୀ ଏହି ଗନ୍ଧମାର୍ଦ୍ଦନ। ବଲାଙ୍ଗିର ଓ ବରଗଡ ଜିଲ୍ଲାର ମଝିରେ ଅବସ୍ଥିତ ଏହି ପର୍ବତମାଲା, ବଲାଙ୍ଗିର ପଟେ ପ୍ରଭୁ ହରିଶଙ୍କର ଓ ବରଗଡ ଜିଲ୍ଲା ପଟେ ପ୍ରଭୁ ନୃସିଂହନାଥଙ୍କ ପ୍ରସିଦ୍ଧ ଐତିହାସିକ ମନ୍ଦିର ରହିଛି। ଏହି ଅଂଚଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଶିବରାତ୍ରୀ, ମକର ସଂକ୍ରାନ୍ତି ଓ ମାଘ ମେଳା ତଥା ବୈଶାଖ ମେଳା ପାଳନ କରନ୍ତି। ପ୍ରାକୃତିକ ଶୋଭାରାଜିରେ ସୁଶୋଭିତ ଏହି ଗନ୍ଧଗିରିରୁ ପ୍ରବାହିତ ଚିରଶ୍ରୋତା ଝରଣା ଉଭୟ ହରିଶଙ୍କର ଓ ନୃସିଂହନାଥ ଅଂଚଳର ହଜାରହଜାର ଲୋକଙ୍କ ପାଇଁ ଜୀବନୀ ପ୍ରଦାନ କରୁଛି। ଏହାଛଡା ଏହି ଗନ୍ଧମାର୍ଦ୍ଦନ ଉଭୟ  ପଟର ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ଜୀବିକା ପ୍ରଦାନ କରୁଛି। କେବଳ ପର୍ଯ୍ୟଟନ ନୁହେଁ ଏ ଅଂଚଳର ପରିବେଶ, ଇତିହାସ ସାଂସ୍କୃତିକ ଓ ଧାର୍ମିକ ଉତ୍‌ଥାନ ର ପୀଠସ୍ଥଳୀ ହେଉଛି ଏହି ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତ।ଚୀନ ପରିବ୍ରାଜକ ହୁଏନ୍ ସା ମଧ୍ୟ ତାଙ୍କ ରଚନାବଳୀରେ ଏହି ପର୍ବତର ମହନୀୟତାକୁ ଉଲ୍ଲେଖ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଏହି ପର୍ବତରେ ଥିବା ପ୍ରଚୁର ବକ୍‌ସାଇଟକୁ ଆଖି ଆଗରେ ରଖି  ବାରମ୍ବାର ଏ ଅଂଚଳରେ ଖଣି ଖନନର ଉଦ୍ୟମ ହୋଇଛି। ଆଦ୍ୟ ୮୦ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାର ଅମଳରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଉତୋଳନ ପାଇଁ ‘ବାଲକୋ’ କଂପାନୀକୁ ଲିଜ୍ ଦିଆଯାଇ ଥିଲା।ଯାହାର ପ୍ରତିବାଦରେ ୧୯୮୩ ମସିହାରୁ ୧୯୯୧ ପର୍ଯ୍ୟନ୍ତ ଐତିହାସିକ ‘ବାଲକୋ ହଟାଓ” ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଫଳତଃ ସରକାର ପରିବର୍ତନ ପରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସରକାର ଏହି ପ୍ରକଳ୍ପକୁ ସ୍ଥଗିତ କରିବା ପାଇଁ ନିଷ୍ପତି ନେଇଥିଲେ। କିନ୍ତୁ ପରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରଙ୍କ ଅମଳରେ ପୁଣିଥରେ ଏହି ପର୍ବତରୁ ଖଣି ଉତ୍ତୋଳନ ପାଇଁ ବିଭିନ୍ନ କଂପାନୀକୁ ଦାୟିତ୍ଵ ଦିଆଯାଇଥିଲା। ପ୍ରାରଂଭ ରେ କାନାଡିୟାନ କନ୍‌ଟିନେନ୍‌ଟାଲ ରିସୋର୍ସ ଲିଂ କୁ ନବୀନ ସରକାର ଲିଜ୍ ଦେଇଥିଲେ। କିନ୍ତୁ ଜନ ପ୍ରତିବାଦ ଯୋଗୁ ତାହା ସଫଳ ହୋଇ ନ ଥିଲା।
ଏବେ ଶୁଣିବାକୁ ମିଳୁଛି ଯେ ବର୍ତମାନର ସରକାରଙ୍କ ଅମଳରେ ପୁଣି ଥରେ ଗନ୍ଧମାର୍ଦ୍ଦନରୁ ଖଣି ଖନନର ଆଲୋଚନା ଚାଲିଛି।ଦେଶର ଏକ ବୃହତ ପୁଂଜିପତିଙ୍କୁ ଏହି ପର୍ବତରୁ ଖଣିଖନନ ପାଇଁ ଲିଜ୍ ଦିଆଯିବା ସହ ପାଟଣାଗଡ ଠାରେ ଏକ ବିମାନ ବନ୍ଦର ସ୍ଥାପନର ଯୋଜନା କରାଯାଉଛି।ଇତି ମଧ୍ୟରେ ଉକ୍ତ କଂପାନୀର କିଛି ଅଧିକାରୀ ଓ ସ୍ଥାନୀୟ ଅଂଚଳର କିଛି ମନ୍ତ୍ରୀ, ବିଧାୟକ ଓ ସାଂସଦ ତଥା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଗୁପ୍ତ ବୈଠକ ହୋଇଥିବାର ଚର୍ଚା ଉଭୟ ହରିଶଙ୍କର ଓ ନୃସିଂହନାଥ ଅଂଚଳରେ ଚାଲିଛି।ଏହା ଯଦି ସତ୍ୟ ତେବେ ସାଂଘାତିକ ଅଟେ। ତେଣୁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଆମ ଅଂଚଳରୁ ପ୍ରତିନିଧିତ୍ଵ କରୁଥିବା

ଉଭୟ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ମାନ୍ୟବର ଜୁଏଲ ଓରାମ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସରକାରଙ୍କ ଏଭଳି କିଛି ପରିକଳ୍ପନା ଥିଲେ ତାକୁ ବାତିଲ କରିବାକୁ ଅନୁରୋଧ କରାଯାଇଛି। ଗନ୍ଧମାର୍ଦନକୁ ଜାତୀୟ ପୀଠସ୍ଥଳୀ ରୂପେ ଘୋଷଣା କରି ତାର ସୁରକ୍ଷା ଓ ବିକାଶ କରିବା ତଥା ଗନ୍ଧମାର୍ଦ୍ଦନ ଅଂଚଳରେ ଏକ ଜାତୀୟ ଆୟୁର୍ବେଦିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଏବଂ ବଲାଙ୍ଗିର ଠାରେ ଆୟୁର୍ବେଦିକ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବାକୁ କୋଶଳ ଆନ୍ଦୋଳନର ନେତା ପ୍ରମୋଦ ମିଶ୍ର ଦାବୀ କରିଛନ୍ତି। ଏହା ଛଡା ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ସୁରକ୍ଷା ଓ ପର୍ଯ୍ୟଟନ ଦୃଷ୍ଟିରୁ ଉଭୟ ପାର୍ଶ୍ଵର ବିକାଶ ପାଇଁ ତଥା ଏ ଅଂଚଳରେ କାଠ ମାଫିଆ ମାନେ କରୁଥିବା ଜଙ୍ଗଲ ଧ୍ୱଂସର ଅପଚେଷ୍ଟା କବଳରୁ ଅଂଚଳକୁ ରକ୍ଷା କରିବା ପାଇଁ ଯୋଜନା ପ୍ରଣୟନ କରିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି। ଏ ଅଂଚଳର ଲୋକ ପ୍ରତିନିଧୂମାନେ ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ସମର୍ପିତ ହେବାକୁ ଶ୍ରୀ ମିଶ୍ର ଆହ୍ବାନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026

You Might Also Like