-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Oct-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସରକାରୀ ଆଇଟିଆଇ ସୁବର୍ଣ୍ଣପୁର ଏହାର ସମାବର୍ତ୍ତନ ସମାରୋହ ପାଳନ କରି ୬ ଟି ଟ୍ରେଡର ଚାରି ଶହ ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରିଥିବା ବେଳେ ବିଭିନ୍ନ ଟ୍ରେଡ଼ର ବ୍ୟକ୍ତିଗତ ଭାବେ 18 ଜଣ ଟପ୍ପରଙ୍କୁ ଏବଂ ଜଣେ ଦ୍ଵି ବାର୍ଷିକ ଓ ଜଣେ ବାର୍ଷିକ ପାଠ୍ୟକ୍ରମ ଟପ୍ପରଙ୍କୁ ଏବଂ ଟ୍ରଫି, ଉପଢୌଙ୍କନ ଏବଂ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା। ସମାରୋହରେ ଅତିଥିଭାବେ ଶ୍ରୀ ବୀରେନ୍ଦ୍ର କୁମାର ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର , ଶ୍ରୀ ଅଚ୍ୟୁତାନନ୍ଦ ସିଂ ଜିଲ୍ଲା ମଙ୍ଗଳ ଅଧିକାରୀ,ସନ୍ତୋଷ ବେହେରା,ଜିଲ୍ଲା ଦକ୍ଷତା ବିକାଶ- ନିଯୁକ୍ତି ଅଧିକାରୀ, ଇଂ ସୁରେଶ କୁମାର ଦଳବେହେରା, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସୁବର୍ଣ୍ଣପୁର, ଶ୍ରୀ ସୁଭେନ୍ଦୁ ବେହେରା, ତାଲିମ ଅଧିକାରୀ ପ୍ରମୁଖ ଯୋଗଦାନ କରି ସମସ୍ତ ତାଲିମ ପ୍ରାପ୍ତ ପାସ ଆଉଟ ଛାତ୍ର ଛାତ୍ରୀଙ୍କୁ ସୁ ନାଗରିକ ହେବା ସହ ଆଗକୁ ବଢିବାକୁ ଉତ୍ସାହିତ କରିବା ସହିତ ଅଭିନନ୍ଦନ ଜଣାଇ ସେମାନଙ୍କ ଉତ୍ତରରୋତ୍ତର ସମୃଦ୍ଧି କାମନା କରଥିଲେ।