-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Oct-2024
କଟକ(ପ୍ରେରଣା ଖବର): ସାମାଜିକ ସଂଗଠନ ୟୁଆଇଏସ କ୍ୟାନ୍ସର ଫାଉଣ୍ଡେସନ୍ ଟ୍ରଷ୍ଟ (ୟୁଆଇଏସସିଏଫ୍) ପକ୍ଷରୁ କଟକ ଜିଲ୍ଲା ସହ ରାଜ୍ୟରେ କର୍କଟ ରୋଗୀ ମାନଙ୍କୁ ସେବା ଯୋଗାଇବା, ନ୍ୟୁଟ୍ରେସନ୍ ଫୁଡ୍, ଆଶ୍ରୟସ୍ଥଳ ପ୍ରଦାନ,କର୍କଟ ସଚେତନତା ସହ ଏହି ଦିଗରେ ଗବେଷଣା,ରୋଗୀ ନିରୂପଣ ନେଇ ଶିବିର ଅୟୋଜନ,କଟକ ବଡ଼ ମେଡିକାଲ - ଆଚାର୍ଯ୍ୟ ହରିହର ସହ ଟାଟା ମେମୋରିଆଲ ମୁମ୍ୱାଇ, ଏଆଇଆଇଏମଏସ୍ ଓଡ଼ିଶା ଓ ଦିଲ୍ଲୀରେ କ୍ୟାନସର ରୋଗୀ ମାନଂକୁ ଚିକିତ୍ସା ଯୋଗାଇବା ସହାୟତା ପ୍ରଦାନ ଆଦି ଅନନ୍ୟ ସେବାକାର୍ଯ୍ୟ କରି ଆସୁଛି । ଦୈନନ୍ଦିନ ଜୀବନରେ ଅସହାୟ ରୋଗୀ ମାନଙ୍କୁ ରକ୍ତ ଯୋଗାଇବା ସହ ସ୍ଵଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ, ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରି ଟ୍ରଷ୍ଟ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏହି ମହା ଅଭିଯାନକୁ ସଫଳ କରାଯିବା ସହ ଆହୁରି ଲୋକାଭିମୁଖୀ କରିବାକୁ ଟ୍ରଷ୍ଟ ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ତଥା ସାହିତ୍ୟିକ ଇଂ.ଗୋପାଳ କୃଷ୍ଣ ଦାସ ସାଧାରଣରେ ନିବେଦନ କରିଛନ୍ତି ।