-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Oct-2024
ବୌଦ୍ଧ (ଦୁର୍ଯ୍ଯୋଧନ ବିଶି): ବୌଦ୍ଧ ସହର ମହାନ୍ତି ସାହି ନିକଟରେ ଥିବା ଏକ ଚା' ଓ କିରାନା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଧ୍ୱଂସ ହୋଇଯାଇଛି | ମିଳିଥିବା ସୂଚନା ଅନୁଯାୟୀ ମହାନ୍ତି ସାହି ନିକଟରେ ଥିବା ଅପୁର୍ବ ପଟ୍ଟନାୟକଙ୍କ ଚା' ଦୋକାନରେ ଚା' ତିଆରୁ ଥିବା ବେଳେ ହଠାତ ଗ୍ୟାସ୍ ଟାଙ୍କିରେ ହଠାତ ଅଗ୍ନିକାଂଡ ଘଟିଥିଲା l ଚାହୁଁ ଚାହୁଁ କିରାନା ଦୋକାନର ସିଲିଂକୁ ନିଆଁ ଧରି ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଥିଲା l ଖବର ପାଇ ବୌଦ୍ଧ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ସଦର ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତିର ଆକଳନ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି |