-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Oct-2024
ବୀରମହାରାଜପୁର:(ନିରଞ୍ଜନ ତ୍ରିପାଠୀ)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଗୁରୁବାର ଦିନ କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସୋନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପାଢ଼ୀ ସଭାପତିତ୍ବ କରିଥିବାବେଳେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ଅର୍ଥ କମିଟିର ସଦସ୍ୟ ଡ. ଇଂ ସଞ୍ଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଏବଂ ବ୍ରହ୍ମପୁର ସ୍ଥିତ ତ୍ରିଧାରା ସାହିତ୍ୟ ସଂସଦ ର ସମ୍ପାଦକ ଡ. ଲକ୍ଷ୍ମୀ ନାରାୟଣ ଦାସ ମୁଖ୍ୟବକ୍ତା, ଡ. ବିକାଶ ରଞ୍ଜନ ବେହେରା ସ୍ଵତନ୍ତ୍ର ନିମନ୍ତ୍ରୀତ ଅତିଥି, ଆୟୋଜକ ଉପଦେଷ୍ଟା ବ୍ରଜଗୋପାଳ ମହାପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଭା ପ୍ରାରମ୍ଭରେ ସ୍ୱରୂପା ରଥ ଓ ସ୍ମରଣିକା ନନ୍ଦ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଯୁଧିଷ୍ଠିର ଖମାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଦାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରାଧେଶ୍ୟାମ ମିଶ୍ରଙ୍କ କବିତା ସଙ୍କଳନ 'ନି଼ଃଶବ୍ଦ ଝଡ଼ ' ଏବଂ ଗାଳ୍ପିକ ଯଜ୍ଞେଶ୍ଵର ବିଶି ଙ୍କ ଗଳ୍ପ ସଂକଳନ ' ପ୍ରେମ ଲଡୁର ସ୍ଵାଦ ' ଲୋକାର୍ପିତ ହୋଇଥିଲା। ଏହା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡ. ସତ୍ୟ ପ୍ରକାଶ ରାୟ ଚୌଧୁରୀ, ଡ.ବିକାଶ ରଞ୍ଜନ ବେହେରା,ବିନୋଦ ପ୍ରଜାପତି, ଡ.ଆର୍ତ୍ତତ୍ରାଣ ବାବୁ, ଡ.ପ୍ରଫୁଲ୍ଲ କୁମାର ରଥ, ଡ.ଜୟନ୍ତୀ ଜେନା,ବାସୁଦେବ ନାଏକ, ଝରଣା ପ୍ରଧାନ ଓ ରାଧେଶ୍ୟାମ ମିଶ୍ର ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଡ.ଅନିରୁଦ୍ଧ କୁରକୁରିଆ ଉନ୍ମୋଚିତ ପୁସ୍ତକ ନିଃଶବ୍ଦ ଝଡ ସମୀକ୍ଷା କରିଥିଲେ। ଡ. ଦ୍ୱୀତିକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ସନ୍ତୋଷ ରଥ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନପତ୍ର ପଠନ ସହିତ ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ ଏବଂ ପ୍ରାଣବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।