-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
12-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ନବଦିନାତ୍ମକ ପୂଜା ନବରାତ୍ର ପୂଜାର୍ଚ୍ଚନାର ପୂର୍ଣ୍ଣାହୁତି ଅବସରରେ ନବକୁମାରୀ ଝିଅ ମାନଙ୍କୁ ନେଇ ମାଁ ଦୁର୍ଗାଙ୍କ ନବ ଅବତାର ବେଶ ଉଦ୍ଦେଶ୍ୟରେ ନବକୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବାସିନ୍ଦା ଉମା ଶଙ୍କର ପାଣିଗ୍ରାହୀ ଏବଂ ତାଙ୍କ ସହଧର୍ମିଣୀ ସୁଜାତା ପାଣିଗ୍ରାହୀଙ୍କ ବାସଭବନରୁ ନବକୁମାରୀ ମାନେ ପୂଜା ମଣ୍ଡପକୁ ଏକ ବିରାଟ ଶୋଭାଯାତ୍ରାରେ ଶଙ୍ଖ ଘଣ୍ଟ ତଥା ଦୁଲଦୁଲି ବାଦ୍ୟର ତାଳେ ତାଳେ ଆସି ପହଞ୍ଚିଥିଲେ। ଚଣ୍ଡିପାଠକ ରାଜ ପୁରୋହିତ କିଶୋର ଚନ୍ଦ୍ର ପୂଜାରୀ ଏବଂ ପୁସ୍ତକାଚାର୍ଯ୍ୟ ସୁରେନ୍ଦ୍ର ମହାପାତ୍ର ନବ କୁମାରୀଙ୍କ ପୂଜା କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନା କରିଥିଲେ। ଦୁର୍ଗାପୂଜା କର୍ତ୍ତା ଦାୟିତ୍ୱ ତୁଲାଉଥିବା ଜମିଦାର ତଥା ବିଜେପୁର ବିଧାୟକ ସନତ କୁମାର ଗଡତୀୟା, ସରୋଜ କୁମାର ସାହୁ,ପାଣ୍ଡବ ପଧାନ, ସୁବ୍ରତ ରଥ,ତାପସ ଗଡତୀୟା ପ୍ରମୁଖ ଉପସ୍ଥିତ ରହି ନବ କୁମାରୀଙ୍କ ପୂଜା କାର୍ଯ୍ୟରେ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ପୂଜାକାର୍ଯ୍ୟ ସମାପନ ପରେ ନବକୁମାରୀ ମାନଙ୍କୁ ଏକ ସୁସଜ୍ଜିତ ରଥରେ ବସାଇ ମେଳାଣୀ ଦିଆଯାଇଥିଲା।