-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ଉଲୁଣ୍ଡା,ତା ୯/୧୦(ପ୍ରେରଣା ଖବର) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜୁନିଅର ରେଡ କ୍ରସ ୟୁନିଟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ଏଚ ଆଇ ଭି -ଏଡ଼ସ ର କାରଣ, ଏଥିରୁ ବଞ୍ଚି ରହିବା ର କୌଶଳ ଏବଂ ଏଚ ଆଇ ଭି ଗ୍ରସ୍ତ ବ୍ୟକ୍ତି ର ଜୀବନଶୈଳୀ ଓ ସର୍ବୋପରି ଏ କ୍ଷେତ୍ର ରେ ସମାଜ ର ଭୂମିକା ଉପରେ ପିଲାମାନଙ୍କୁ ପ୍ରଶିକ୍ଷଣ କରା ଯାଇଛି l ସଦ୍ୟ ପରିସଂଖ୍ୟାନ ରୁ ଜଣା ଯାଇଛି ଯେ ଏବେ ଅଧିକାଂଶ ଯୁବକ ଯୁବତୀ ଏଡ଼ସ ର ଶୀକାର ହେଉଛନ୍ତି l ତେଣୁ ବିଦ୍ୟାଳୟ ସ୍ତର ରୁ ରେଡ ରିବନ କ୍ଲବ ଅନ୍ତର୍ଗତ କିଶୋର କିଶୋରୀ ବାଳକ ବାଳିକା ମାନଙ୍କୁ ସଚେତନ କରି ଏକ ସୁସ୍ଥ ସମାଜ ଗଠନ ରେ ସେମାନଙ୍କ ସକ୍ରିୟ ଭୂମିକା କୁ ନିଶ୍ଚିତ କରିବା ପାଇଁ ଅଣ୍ଟା ଭିଡ଼ିଛି ସୁବର୍ଣ୍ଣପୁର ଯେ ଆର ସି l ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଯେ ଆର ସି ସମ୍ପାଦକ ମଞ୍ଜୁଲତା ଭୋଇ ଓ ଯେ ଆରସିଓ ରବିଚନ୍ଦ୍ର ପଶlୟତ ଙ୍କ ମାର୍ଗ ଦର୍ଶନ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଯେ ଆର ସି ମାର୍ଗ ଦର୍ଶକ ହୃଷିକେଶ ଚାନ୍ଦ ଓ ବିଦ୍ୟାଳୟ ରେ କାର୍ଯ୍ୟରତ ଅନ୍ୟତମ ଯେଆରସି ମାର୍ଗଦର୍ଶକ ସତ୍ୟନାରାୟଣ ମେହେର ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି l
ସ୍ନେହାଞ୍ଜଳି, ମନୀଷା, ଭବାନୀ, ନମ୍ରତା, ତରଣୀ, ବିରାଟ, ମୁକେଶ, ଅବିନାଶ ଙ୍କ ସମେତ 30 ଜଣ ଛାତ୍ର ଛାତ୍ରୀ ଏ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ନିଜେ ବଂଚିବା ଏବଂ ଅନ୍ୟ କୁ ବଂଚେଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଶପଥ ନେଇଛନ୍ତି l ଓଡିଶା ଏଡ଼ସ ନିରାକରଣ ସମିତି ର ଜଣେ ସକ୍ରିୟ ସଦସ୍ୟ ହୋଇ ଆଗକୁ ତା'ରି ମାର୍ଗ ଦର୍ଶନ ରେ କାର୍ଯ୍ୟ କରିବାକୁ ପ୍ରତିଶୃତି ବଦ୍ଧ ହୋଇଛନ୍ତି l