-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ସୁବର୍ଣ୍ଣପୁର ଠାରେ ବିଶ୍ୱ ହୃତପିଣ୍ଡ ଦିବସ ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,ଅଣସଂକ୍ରlମକ ରୋଗ ସଂଯୋଜକ ଗୀତାଞ୍ଜଳି ମେହେର ଓ ଆଇ ସି ଡି ଏସ ପରିଦର୍ଶିକା ରୋଜିସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଅତିଥି ବୃନ୍ଦ ଆମ ହୃତପିଣ୍ଡ ର ଯତ୍ନ ଆମ ହାତରେ, ହୃଦୟତାର ସହ ହୃତପିଣ୍ଡ ର ଯତ୍ନ ନିଅନ୍ତୁ, ଉଚ୍ଚ ରକ୍ତ ଚାପ, ଡାଇବେଟିସ, ମାତ୍ରାଧିକ କଲେଷ୍ଟ୍ରୋଲ, ଧୂମପlନ, ମୋଟା ପଣ ଓ ମଦ୍ୟ ପାନ ପ୍ରତି ସାବଧାନ!ଏହି ସବୁ ହୃଦରୋଗ କୁ ଡାକି ଆଣେ ତେଣୁ ଆମେ ସମସ୍ତେ ସତର୍କ ରହି ହୃଦରୋଗ ରୁ ରକ୍ଷା କରି ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l ଉକ୍ତ ସଭାରେ ଅଙ୍ଗନବାଡି କର୍ମୀ, ମାସ ମେମ୍ବର,ଆଶା, ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ l