-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ପକ୍ଷରୁ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ହାଇସ୍କୁଲରେ ୭୦ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହର ତାତ୍ପର୍ଯ୍ୟ ଏବଂ ବନ୍ୟଜୀବ ସୁରକ୍ଷାର ଜୈବବିବିଧତାର ସୁରକ୍ଷା ବିଷୟରେ ଆଲୋକପାତ କରିବା ସହିତ ଚଳିତ ବର୍ଷ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହର ପ୍ରସଙ୍ଗ "ସହାବସ୍ଥାନ ସହ ବନ୍ୟପ୍ରାଣୀ ସଂରକ୍ଷଣ" ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲାଲ ମୋହନ ସିଂ ଯୋଗଦେଇ ପ୍ରାକୃତିକ ପରିସଂସ୍ଥା ଓ ବନ୍ୟଜୀବ ସୁରକ୍ଷା ସମସ୍ତଙ୍କର ନୈତିକ ଦାୟିତ୍ବ ବୋଲି ମତବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ବନ୍ୟଜୀବ ସଂରକ୍ଷଣ ନିମନ୍ତେ ଛାତ୍ରାବସ୍ଥାରୁ ସମସ୍ତେ ଯତ୍ନଶୀଳ ହେବା ଉଚିତ ବୋଲି ମତ ଦେଇଥିଲେ।
ଏହି ଉପଲକ୍ଷେ ଆୟୋଜିତ "ବନ୍ୟଜୀବ ସଂରକ୍ଷଣ " ବିଷୟ ବସ୍ତୁ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଆଦ୍ୟାଶା ଭୋଇ ପ୍ରଥମ, ପ୍ରିୟଦର୍ଶନୀ ଦେହେରୀ ଦ୍ବିତୀୟ ଏବଂ ଜିଜ୍ଞାସା ଭୋଇ ଓ ଅଙ୍କିତା ଦୁଆନ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଠିକ୍ ସେହିପରି ବନ୍ୟପ୍ରାଣୀ ସମ୍ପର୍କିତ କୁଇଜରେ ଭାଗିରଥୀ ସାହୁ, କରନବୀର ସିଂ ଏବଂ ହିତେଶ ପଧାନ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ,ଶକ୍ତି କ୍ଲବ ଓ ଜୁନିଅର୍ ରେଡ୍ କ୍ରସର ସଦସ୍ୟ,ଶିକ୍ଷକ ଶ୍ରୀପତି ସାହୁ,ଜ୍ୟୋତିଶ୍ଚନ୍ଦ୍ର ପଧାନ,ତେଜରାମ ସା,ଅଙ୍କିତ ମହନ୍ତ, ସୁବାସ ଚନ୍ଦ୍ର ଖମାରୀ, ଆଶୁତୋଷ ଭୋଇ ,ବୋଧରାମ ବିଶ୍ବାଳ,ପ୍ରଶାନ୍ତ ମହାପାତ୍ର ,ଶିକ୍ଷୟିତ୍ରୀ ଅନୀତା ପଧାନ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଅନୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।