-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସରକାରୀ ଜାଗାକୁ ବେଦଖଲ କରିବାରୁ ରେଢାଖୋଲ ତହସିଲ୍ଦାର ନୋଟିସ୍ ଦେବା ପରେ ୪ ପରିବାର ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ପ୍ରକାଶ ଯେ, ରେଢାଖୋଲ ତହସିଲ ଅନ୍ତର୍ଗତ ବଡବାହାଳ ପଂଚାୟତର ଲଇଣ୍ଡାମାଳ ଗ୍ରାମର ୪ ପରିବାରର ୧୯୭୨ ମସିହାରୁ ଖାତା ନଂ ୯୫ ,ପ୍ଲଟ୍ ନଂ ୧୫୬୩ ରେ ଖଳା ଓ ଗାଈ ଗୁହାଳ କରିଆସୁଥିଲେ। ହେଲେ ସେ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସେମାନଙ୍କୁ ବିରୋଧ କରି ମାନସିକ ନିର୍ଯ୍ୟାତନା, ହଇରାଣ କରୁଥିବା ଅଭିଯୋଗ ହୋଇଛି। ସେହି ଜାଗାରେ ସଂଲଗ୍ନ ଥିବା ଗୋଚର ଜମି ଖାତା ନଂ ୯୫, ପ୍ଲଟ୍ ନଂ ୧୫୬୪, ୧୫୬୮, ୧୫୬୯, ୧୫୭୦, ୧୫୭୪ ଓ ୧୫୭୫ କିସମ ରହଛି।
ସେହି ଜାଗାରେ ଗ୍ରାମର ପ୍ରାୟ ୨୦ ଜଣ ପରିବାର ଦୋକାନ ଓ ଘରବାରୀ କରି ରହିଆସୁଛନ୍ତି। ସେହି ୨୦ ପରିବାରକୁ ପ୍ରଶାସନ ବେଦଖଲ କରିବାକୁ ଗତ ତା ୧୭/୮୨୦୧୯ ରେ ନକ୍ସା ସଂଲଗ୍ନ ସହ ସେମାନଙ୍କୁ ଜାଗା ଛାଡିବା ପାଇଁ ନୋଟିସ୍ ଦେଇଥିଲା। ଏହା ସତ୍ତ୍ୱେ ସେହି ୨୦ ପରିବାର ଜାଗା ଛାଡି ନ ଥିଲେ। କେବଳ ଲଇଣ୍ଡାମାଳ ଗ୍ରାମର ୪ ପରିବାର ରଶ୍ମିତା ପ୍ରଧାନ, ନିରୁତି ପ୍ରଧାନ, କ୍ଷୀର ପ୍ରଧାନ ଓ ତୁଳସା ପ୍ରଧାନଙ୍କ ପରିବାର ବେଦଖଲ କରିବାକୁ ପ୍ରଶାସନ ଆଦେଶ ଦେଇଥିବା ୪ ପରିବାର ଅଭିଯୋଗ କରିଛନ୍ତି।
ସେମାନଙ୍କୁ ନ୍ୟାୟ ଦେବାରେ ପ୍ରଶାସନ ଅସମର୍ଥ ଥିବାରୁ ଏହି ୪ ପରିବାର ନ୍ୟାର୍ଯ୍ୟ ନ୍ୟାୟ ପାଇଁ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏପରିକି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତ ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଏହି ୪ ପରିବାର ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ସେମାନଙ୍କୁ ପ୍ରତିଶୃତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।