-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଥାନା ଅନ୍ତର୍ଗତ ସାନଟୀକା ଗ୍ରାମରେ ଗାଁ ମଝିରେ ଦୀର୍ଘଦିନ ହେଲା ମଦବିକ୍ରି ଖୁଲମଖୁଲା ଚାଲି ଆସୁଅଛି l ମଦବିକ୍ରି ହେବାଦ୍ବାରା ହୋ ହାଲ୍ଲା ହୋଇ ଅଶାନ୍ତିକର ପରିବେଶ ଦେଖିବାକୁ ମିଳିଛି l ଗ୍ରାମରେ ମହିଳା ମାନେ ଯିବା ଆସିବାରେ ଅସୁରକ୍ଷିତ ମନେ କରୁଛନ୍ତି l ପାଖରେ ଥିବା ନଅଗାଁ (ଖ) ଓ ତେନ୍ତୁଳୀଖୁଣ୍ଟି ଗ୍ରାମରେ ମଦବିକ୍ରି ବନ୍ଦ ହୋଇଛି ଏଣୁ ସେହିଗ୍ରାମ ଓ ଆଖପାଖ ଗ୍ରାମ ର ମଦୁଆ ସାନଟିକା ଗ୍ରାମକୁ ମଦ ପିଇବା ପାଇଁ ପହଂଚୁଛନ୍ତି l ଯାହା ଫଳରେ ପାଟିତୁଣ୍ଡ, ହୋହାଲ୍ଲା ଓ ଅଶାନ୍ତି ପରିବେଶ ହେଉଛି l ଯେଉଁମାନେ ମଦବିକ୍ରି ବନ୍ଦ ପାଇଁ ପ୍ରୟାସ କରୁଛନ୍ତି ମଦବିକ୍ରେତା ଲୋକ ପଠାଇ ଜୀବନ ରେ ମାରିଦେବା ପାଇଁ ଭୟ ଦେଖାଉଛି l ଛୋଟ ବିଳାଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ମଦ ପିଇ ମହିଳା ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି l ମଦବିକ୍ରି ବନ୍ଦ ହେଲେ ଗ୍ରାମରେ ଶାନ୍ତିଶୃଙ୍ଖଳା ରହିବା ସହ ମହିଳା ମାନେ ସୁରକ୍ଷିତ ରହିବେ ଏଣୁ ଆଜି ଶତାଧିକ ମହିଳା ସାନଟୀକା ରେ ମଦବିକ୍ରି ବନ୍ଦ କରିବା ପାଇଁ ଲୋଇସିଂହା ଥାନା ଓ ଅବକାରୀ ବିଭାଗ କୁ ଲିଖିତ ଅଭିଯୋଗ କରିଛନ୍ତି l