-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||     

HOME   ଜିଲ୍ଲା

ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ କଲା ସଂଯୁକ୍ତ କୃଷକ ସଂଗଠନ

04-Oct-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଲା ବରଗଡ଼ ଟାଉନ ଥାନା ଅଧିକାରୀ ଙ୍କୁ। ଯଦି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ନାମରେ ଦେଇଥିବା ଏତେଲା ମୁତାବକ କିଛି ପ୍ରମାଣ ଅଛି ତାହାହେଲେ ସାର୍ବଜନୀନ କରନ୍ତୁ ନହେଲେ ନିସର୍ତ୍ତ କ୍ଷମା ମାଗି କେଶ ବାତିଲ କରନ୍ତୁ । ଯଦି କିଛି ପଦକ୍ଷେପ ନନେବେ ତାହାହେଲେ ଜିଲ୍ଲାପାଳ ଏବଂ ଏସ ପିଙ୍କୁ ଲିଖିତ ଭାବେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି। ଉତ୍ପନ୍ନ ଭୋଇଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ ସମାଜ ସେବୀ, ସୂଚନା ଅଧିକାର କର୍ମୀ, କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରକୁ ଯେପରି  ଟାଉନ ପୋଲିସ ଉଦ୍ଦେଶ୍ୟ ମୂଳକ ଭାବେ ଚରିତ୍ର ଚିତ୍ରଣ କରିଛି ତାହାକୁ ଘୋର ନିନ୍ଦା କରିଥିଲେ। ପରେ ସଂଗଠନ କର୍ମୀ ମାନେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ଏବଂ ଏସ ପି କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଏସ.ପି ତପନ ମହାନ୍ତିଙ୍କୁ ଭେଟି ସଂଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ଚରମ ବାଣୀ ଶୁଣାଇଛନ୍ତି।ଗଣତନ୍ତ୍ରର ତୃତୀୟ ସ୍ତମ୍ଭ ଭାବେ ପରିଚିତ ନ୍ୟାୟକ ବ୍ୟବସ୍ଥାକୁ ସଙ୍ଗଠନ ସବୁବେଳେ ବିଶ୍ୱାସ କରେ। ସେଥିପାଇଁ ପ୍ରତ୍ୟେକ ଜନ ଆନ୍ଦୋଳନ କରିବା ପୂର୍ବରୁ ଓକିଲ ମାନଙ୍କ ସହିତ ସଂଗଠନ ବିଚାରବିମର୍ଷ କରି ଆନ୍ଦୋଳନକୁ ଓହ୍ଲେଇ ଥାଏ। ବିଦ୍ୟୁତ ସମସ୍ୟା ପ୍ରସଙ୍ଗରେ ମଧ୍ୟ ଜିଲ୍ଲା ଓକିଲ ସଂଘର ସହମତି ନେଇ ଅହିଂସାତ୍ମକ, ଗଣତାନ୍ତ୍ରିକ ଶୋଷଣ ବିରୋଧ ରେ ଆନ୍ଦୋଳନ କରିଥିଲା। ହେଲେ ଉଦେଶ୍ୟ ମୂଳକ ଭାବେ ଟାଉନ ଥାନା ଅଧିକାରୀ ଉପ ଜିଲ୍ଲାପାଳ ଠାରେ କେଶ କରିବାରୁ ସଙ୍ଗଠନ ଓକିଲ ସଂଘର  ଆଶ୍ରୟ ନେଇଛି। ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ର ରାଜବୋଡାସମ୍ବର କୃଷକ ସଙ୍ଗଠନ, ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲଟ କୃଷକ ସଂଗଠନ ଘେଁସ, କୃଷକ ସଂଗଠନ ଦଶ ମାଇଲ, ବିଜେପୁର କୃଷକ ସଂଗଠନ, ସଂଯୁକ୍ତ କୃଷକ ସଂଗଠନ ବରପାଲି, ଭେଡେନ କୃଷକ ସଙ୍ଗଠନ, କୃଷକ ପରିବାର ଭଟଲି, ବାରପାହାଡ଼ କୃଷକ ସଂଗଠନ ଅମ୍ବାଭନା, ସଂଯୁକ୍ତ କୃଷକ ସଂଗଠନ ବରଗଡ଼, ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା, ସଂକଳ୍ପ ପରିବାର, କୋଶଲ ସେନା ପରି ଅନେକ ସଂଗଠନ ଓକିଲ ସଂଘ ବରଗଡ଼ଙ୍କୁ ଆସି ଉକ୍ତ ଆନ୍ଦୋଳନ ଏବଂ ରମେଶ ମହାପାତ୍ର ପ୍ରତି ଅବିଚାର ପ୍ରସଙ୍ଗରେ ଅବଗତ କରିବା ସହ ଆଇନଗତ ସାହାଯ୍ୟ ମାଗିଥିଲେ। ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ, ସମ୍ପାଦକ କୁନା ଆଚାର୍ଯ୍ୟ, ଉପ-ସଭାପତି କାଳୀ ଚରଣ ଦାଶ, ବରିଷ୍ଠ ସଦସ୍ୟ ନିଧିବନ ବିହାରୀ ପ୍ରସାଦ ପଣ୍ଡା, ଲଲାଟେନ୍ଦୁ ବେହେରା, ଅନୁପ ଶତପଥି, ବେଲାରସେନ ସରାଫ, କିଶୋର ଦାସ, ଶଙ୍କର୍ଷଣ ମିଶ୍ର, ଶଶୀଭୁଷଣ ପଧାନ, ହୀରାଲାଲ ଭୋଇଙ୍କ ସମେତ ମହାପାତ୍ରଙ୍କ ଓକିଲ ସନକ ଦାସ ଏବଂ କୃଷକ ସଂଗଠନ ସହିତ ଏକ ଆଲୋଚନା ସଭା ବାର୍ ସମ୍ମିଳନୀ କକ୍ଷରେ ବସିଥିଲା। ସେଠାରେ ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନକୁ ନୈତିତ ସମର୍ଥନ ଦେବାର ଘୋଷଣା କରିଥିଲେ। ରମେଶ ମହାପାତ୍ରଙ୍କ ଉପରେ ଉଦେଶ୍ୟ ମୂଳକ କେଶ ନିଃଶୁଳକ ଲଢ଼ିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଶୋଷଣ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ମୌଳିକ ଅଧିକାର ଅଟେ ।ତାହାର କଣ୍ଠରୋଧ କରାଯାଇ ପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ପରେ ଏହି କେଶ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଲଢ଼ା ଯାଇଥିବାର ସୂଚନା ଦେଇଥିଲେ। ୮ ତାରିଖ ପର୍ଯ୍ୟନ୍ତ ନିଜର ପକ୍ଷ ରିଖିବା ପାଇଁ ଉପ ଜିଲ୍ଲାପାଳ ମାଜିଷ୍ଟ୍ରେଟ ସମୟ ଦେଇଥିବା ପ୍ରକାଶ କରିଥିଲେ। ସଂଗଠନ ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ ଓ ସହଯୋଗ କରିଥିବାରୁ ଭୂୟସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ।
ସଂଗଠନର ଲିଙ୍ଗରାଜ ପଧାନ, ରୋହିତ ପଧାନ, ସୁବାଷ ସାମନ୍ତରାୟ, ଅରବିନ୍ଦ ପଣ୍ଡା, ସୁବାସ ପଧାନ, ତପନ ମିଶ୍ର, କାରଣ ସାହୁ, ନାରାୟଣ ମିଶ୍ର, ସୁଦାମ ପାତ୍ର, ସୁରେଶ ନିକେଣ୍ଟି, ବିରେନ କର, ଟିକେଲାଲ ମିଶ୍ର, ପ୍ରଭାତ ସାହୁ, ମୁରଲୀ ଭୋଇ, ରବି ଶଙ୍କର ପଧାନ, ଥବିର ସାହୁ, ଈଶାନ୍ତ ଭୋଇ, ବିକାଶ ଅଗ୍ରୱାଲ, ବୀରବଲ ମହାକୁଡ଼ ସମେତ ବ୍ଲକ ଅଧିକାରୀ ମାନେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026

You Might Also Like